www.samajalive.in
Sunday, December 14, 2025
23.1 C
Bhubaneswar

ବୌଦ୍ଧକୁ ସମ୍ବଲପୁର ରାଜସ୍ୱ ଆୟୁକ୍ତରେ ସାମିଲ ସହ ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବୌଦ୍ଧ ବନ୍ଦ

ବୌଦ୍ଧ : ବୌଦ୍ଧଜିଲାରୁ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଶାସକ ଦଳର ଦୁଇ ବିଧାୟକ ଲାଗାତାର ବିଜୟୀ ହୋଇଆସୁଥିବାବେଳେ ଜିଲାବାସୀଙ୍କ ପ୍ରମୁଖ ଦାବୀ ବୌଦ୍ଧକୁ ସମ୍ବଲପୁର ରାଜସ୍ୱ ଆୟୁକ୍ତରେ ସାମିଲ ହୋଇପାରିନାହିଁ। ଏନେଇ ବୌଦ୍ଧ ଜିଲା କଂଗ୍ରସ କମିଟି ପକ୍ଷରୁ ୧୦ ଦଫା ଦାବୀ ନେଇ ସୋମବାର ଦିନ ବୌଦ୍ଧ ଜିଲା ବନ୍ଦ ଡାକରା ଦେଇଛି। ଏହି ବନ୍ଦ ସକାଳ ୬ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ପାଳନ କରାଯିବ। ବନ୍ଦରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ, ଗାଡି ଚଳାଚଳ, ବେସରକାରୀ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ବୌଦ୍ଧ ଜିଲା ୧୯୯୪ ମସିହାରୁ ନୁତନ ଜିଲାର ମାନ୍ୟତା ପାଇଥିବାବେଳେ ଜିଲାବାସୀଙ୍କ ମୁଖ୍ୟ ଦାବୀ ବୌଦ୍ଧ ଜିଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତରୁ ଅପସାରଣ କରାଯାଇ ଉତ୍ତାଞ୍ଚଳ ରାଜସ୍ୱ ଆୟୁକ୍ତ (ସମ୍ବଲପୁର)ରେ ସାମିଲ ନେଇ ଦାବୀ କରିଆସୁଅଛନ୍ତି , କିନ୍ତୁ ସରକାର ଏଥି ପ୍ରତି କର୍ଣ୍ଣପାତ କରୁନଥିବା ନେଇ କଂଗ୍ରେସ ଅଭିଯୋଗ କରିବା ସହ ବୌଦ୍ଧ ଜିଲାକୁ ସମ୍ବଲପୁର ରାଜସ୍ୱ ଆୟୁକ୍ତରେ ସାମିଲ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି। ସେହିପରି ଜନସଂଖ୍ୟା ଦୃଷ୍ଟିରୁ ଜିଲାରେ ଆଉ ଏକ ନୁତନ ସବଡିଭିଜିଜନ ସୃଷ୍ଟି କରାଯାଊ, ଜିଲାରେ ଥିବା ଜିଲାପରିଷଦ ଜୋନ ସଂଖ୍ୟା ୯ରୁ ୧୮କୁ ବୃଦ୍ଧି, ବର୍ତ୍ତମାନ ଜିଲାରେ ମାତ୍ର ୩ ଗୋଟି ବ୍ଳକରେ ସୀମିତ ଅଛି , ଏଣୁ ଅତିକମରେ ଆଉ ୩ ଗୋଟି ବ୍ଳକ ବାଉଁଶୁଣୀ, ମନମୁଣ୍ଡା ଓ ବଘିଆପଡାକୁ କରିବା , ଜିଲାରେ ବର୍ତ୍ତମାନ ୬୯ ଟି ଗ୍ରାମପଞ୍ଚାୟତ ଥିବାବେଳେ ଜିଲାର ଜନସଂଖ୍ୟା କୁ ଦେଖିଲେ ଆହୁରୀ ପଞ୍ଚାୟତର ଆବଶ୍ୟକ ରହିଛି ଏଣୁ ଜିଲାରେ ୧୨୧ ଗ୍ରାମପଞ୍ଚାୟତ କରାଯିବା , ବୌଦ୍ଧ ବିଜ୍ଞାପିତ ଅଞ୍ଚଳକୁ ମୁନସିପାଲିଟିର ମାନ୍ୟତା ପ୍ରଦାନ କରାଯିବା, ଜିଲାର କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ଓ ପୁରୁଣାକଟକକୁ ଏନଏସିର ମାନ୍ୟତା ପ୍ରଦାନ , ଜିଲାର ଆଇନ ଶୃଙ୍ଖଳା ଦୃଷ୍ଟିକୋଣରୁ ଜିଲାରେ ଥିବା ଘଣ୍ଟାପଡା,ଶଗଡା, ଆଡେଣିଗଡ ଓ ବଘିଆପଡା ଫାଣ୍ଡିକୁ ଥାନାର ମାନ୍ୟତା ପ୍ରଦାନ କରାଯାଉ , ଜିଲାର ଦପଲା , ପଲସାଗୋରା, ସାହଜପାଲ ମର୍ଯ୍ୟାକୁଦ, ଧଳପୁର, ବୀରନରସିଂହପୁର ଓ ମହାଲିକପଡା ଠାରେ ନୁତନ ଫାଣ୍ଡି କରାଯାଉ , ଏହା ସହ ଜିଲାରେ ଚାଷୀଙ୍କ ଜମିକୁ ଜଳସେଚନ ପାଇଁ ଏକ ସ୍ଥାୟୀ ପ୍ରତିକାର କରାଯାଉ ବୋଲି ଦଳ ପକ୍ଷରୁ ଦାବୀ କରାଯାଇଛି। ଏହି ବନ୍ଦକୁ ଶାନ୍ତିପୁର୍ଣ୍ଣ ଭାବେ ପାଳନ କରିବା ସହ ସହଯୋଗ କରିବାକୁ ଜିଲାବାସୀଙ୍କୁ ଜିଲା  କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର ଅନୁରୋଧ କରିଛନ୍ତି।

 

- Advertisement -

 

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories