www.samajalive.in
Sunday, December 14, 2025
23.1 C
Bhubaneswar

ଟୋକିଓ ପାରାଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ସଫଳତା : ୫ ସ୍ବର୍ଣ୍ଣ ସହ ୧୯ ପଦକ

ଟୋକିଓ  : ମନେ ରହିବ ଟୋକିଓ ପାରାଲିମ୍ପିକ୍ସ କ୍‌ସ। କରୋନା ମହାମାରୀ ମଧ୍ୟରେ ଶେଷ ହୋଇଥିବା ଟୋକିଓ ପାରାଲିମ୍ପିକ୍ସ ଭାରତ ପାଇଁ ଆଣିଛି ଐତିହାସିକ ସଫଳତା। ଯାହା ଭାରତୀୟ କ୍ରୀଡ଼ାରେ ଚିରକାଳ ସ୍ମରଣୀୟ ହୋଇ ରହିବ। ଭାରତୀୟ ପାରା କ୍ରୀଡ଼ାବିତ୍‌ମାନେ ଟୋକିଓରେ ଚମକପ୍ରଦ ପ୍ରଦର୍ଶନ କରିବା ସହିତ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛନ୍ତି। ଭାରତ ଶ୍ରେଷ୍ଠ ସଫଳତା ସହ ଟୋକିଓ ପାରାଲିମ୍ପିକ୍ସରେ ୧୯ଟି ପଦକ ଜିତି ୨୪ତମ ସ୍ଥାନ ହାସଲ କରିଛି। ଯେଉଁଥିରେ ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ରହିଛି। ସେଥିମଧ୍ୟରୁ ଅବନୀ ଲେଖରା ଓ ସିଂହରାଜ୍‌ ଆଧାନା ଦୁଇଟି ଲେଖାଏଁ ପଦକ ବିଜୟୀ ହୋଇଛନ୍ତି। ପ୍ରତିଯୋଗିତାରେ ଭାରତର ସର୍ବବୃହତ ୫୪ଜଣିଆ ଦଳ ୯ଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ଥର ପାଇଁ ବ୍ୟାଡ୍‌ମିଣ୍ଟନ ଓ ତାଏ​କ୍ବାଣ୍ଡୋ କ୍ରୀଡ଼ାରେ ଭାରତ ଅଂଶଗ୍ରହଣ କରିଥିଲା। ଭାରତ ପାରାଲିମ୍ପିକ୍‌ସରେ ୧୯୬୮ରୁ ଅଂଶଗ୍ରହଣ କରି ଆସୁଛି। ୨୦୧୬ ରିଓ ପାରାଲିମ୍ପିକ୍‌ସର ୪ ପଦକ ସହ ଭାରତ ପୂର୍ବରୁ ମୋଟ ୧୨ଟି ପଦକ ହାସଲ କରିଥିଲା। ଟୋକିଓ ପାରାଲିମ୍ପିକ୍‌ସ-୨୦୨୦ରେ ପୂର୍ବ ମୋଟ ପଦକଠାରୁ ଆଉ ୭ଟି ଅଧିକ ପଦକ ଭାରତ ଜିତିବାରେ ସକ୍ଷମ ହୋଇଛି। ପ୍ରତିଯୋଗିତାରେ ମୋଟ ୧୬୨ଟି ଦେଶ ଅଂଶଗ୍ରହଣ କରିଥିବାବେଳେ ଭାରତ ୨୪ତମ ସ୍ଥାନ ହାସଲ କରିଛି।
ବ୍ୟାଡମିଣ୍ଟନ ଏସ୍‌ଏଲ୩ ପୁରୁଷ ଏକକ ବର୍ଗରେ ପ୍ରମୋଦ ଭଗତ,ଏସ୍‌ଏଚ୍‌ ୬ ପୁରୁଷ ଏକକ ବ୍ୟାଡମିଣ୍ଟନରେ କ୍ରିଷ୍ଣା ନାଗର, ପୁରୁଷ ଏଫ୍‌୬୪ ଜାଭେଲିନ୍‌ ଫିଙ୍ଗାରେ ସୁମିତ ଅଣ୍ଟିଲ୍‌, ମହିଳା ୧୦ ମିଟର ଏୟାର ରାଇଫଲ ଏସ୍‌ଏଚ୍‌-୧ ଷ୍ଟାଣ୍ଡିଂରେ ଅବନୀ ଲେଖରା ଓ ୫୦ ମିଟର ଏସ୍‌ଏଚ୍‌୧ ମିଶ୍ରିତ ସୁଟିଂରେ ମନୀଷ ନରୱାଲ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଟେବୁଲଟେନିସ ମହିଳା ଏକକ କ୍ଲାସ ୪ରେ ଭାବିନା ପଟେଲ, ଏସ୍‌ଏଚ-୧ ୫୦ ମିଟର ପିସ୍ତଲରେ ସିଂହରାଜ୍‌ ଆଧାନା, ପୁରୁଷ ଡିସ୍‌କସ ଏଫ୫୬ରେ ଯୋଗେଶ କଥୁନିଆ ,ଟି୪୭ ପୁରୁଷ ଉଚ୍ଚଡିଆଁରେ ନିଶାଦ କୁମାର, ପୁରୁଷ ଟି୬୬ ଉଚ୍ଚଡିଅଁ​‌ାରେ ମାରିୟାପ୍ପାନ ଥାଙ୍ଗାଭେଲୁ, ପୁରୁଷ ଉଚ୍ଚଡିଆଁ ଟି୬୪ରେ ପ୍ରବୀଣ କୁମାର, ଏଫ୍‌୪୬ ପୁରୁଷ ଜାଭେଲିନ୍‌ ଫିଙ୍ଗାରେ ଦେବେନ୍ଦ୍ର ଝାଝାରିଆ, ଏସ୍‌ଏଲ ୪ ପୁରୁଷ ଏକକ ବ୍ୟାଡ୍‌ମିଣ୍ଟନରେ ସୁହାସ ଯତିରାଜ୍‌ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।
ଏସ୍‌ଏଚ୍‌୧ ମହିଳା ୫୦ ମିଟର ରାଇଫଲରେ ଅବନୀ ଲେଖରା, ପୁରୁଷ ଏକକ ରିକର୍ଭ ତୀରନ୍ଦାଜ୍‌ରେ ହରବିନ୍ଦର ସିଂହ, ଟି୬୩ ପୁରୁଷ ଉଚ୍ଚଡିଅଁାରେ ଶରଦ କୁମାର, ଏଫ୍‌୪୬ ପୁରୁଷ ଜାଭେଲିନ୍‌ ଫିଙ୍ଗାରେ ସୁନ୍ଦର ସିଂହ ଗୁର୍ଜର, ଏସ୍‌ଏଲ୩ ପୁରୁଷ ଏକକ ବ୍ୟାଡ୍‌ମିଣ୍ଟନରେ ମନୋଜ ସରକାର, ୧୦ ମିଟର ଏୟାର ପିସ୍ତଲ ଏସ୍‌ଏଚ୧ରେ ସିଂହରାଜ ଆଧାନା କାଂସ୍ୟ ପଦକ ବିଜୟୀ ହୋଇଛନ୍ତି।
ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପ୍ରତିଯୋଗୀ କେବଳ ସର୍ବକାଳୀନ ଶ୍ରେଷ୍ଠ ପ୍ରଦଶନ ସହ ୧୯ ପଦକ ଜିତିନାହାନ୍ତି ସେଥିମଧ୍ୟରୁ ଏକାଧିକ ପଦକ ବିଜେତା ବିଶ୍ବ ପାରା ଓ ପାରାଲିମ୍ପିକ୍‌ସ କୀର୍ତ୍ତିମାନ ମଧ୍ୟ ସ୍ଥାପନ କରିଛନ୍ତି। ଏଫ୬୪ ପୁରୁଷ ଜାଭେଲିନ୍‌ ଫିଙ୍ଗାରେ ସୁମିତ ଅଣ୍ଟିଲ ସ୍ବର୍ଣ୍ଣ ପଦକ ସହ ବିଶ୍ବ ପାରା କୀର୍ତ୍ତିମାନ କରିଛନ୍ତି। ସେହିପରି ଆର୨ ମହିଳା ୧୦ମିଟର ଏୟାର ଷ୍ଟାଣ୍ଡିଂ ଏସ୍‌ଏଚ୧ରେ ଅବନୀ ଲେଖରା ସ୍ବର୍ଣ୍ଣ ସହ ପାରାଲିମ୍ପିକ୍‌ସ କୀର୍ତ୍ତିମାନ ସହ ବରାବର କରିଛନ୍ତି। ପି୪ ମିଶ୍ରିତ ୫୦ ମିଟର ପୁରୁଷ ପିସ୍ତଲ ଏସ୍‌ଏଚ୧ରେ ମନୀଷ ନରୱାଲ ସ୍ବର୍ଣ୍ଣ ପଦକ ସହ ପାରାଲିମ୍ପିକ୍‌ସ କୀର୍ତ୍ତିମାନ, ଟି୪୭ ପୁରୁଷ ଉଚ୍ଚଡିଅଁାରେ ନିଶାଦ କୁମାର ରୌପ୍ୟ ସହ ଏସୀୟ କୀର୍ତ୍ତିମାନ,ଟି୬୪ ପୁରୁଷ ଉଚ୍ଚଡିଅଁାରେ ପ୍ରବୀଣ କୁମାର ଏସୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories