www.samajalive.in
Sunday, December 14, 2025
23.1 C
Bhubaneswar

ରାଜଧାନୀରେ ବନ୍ଧୁକ କାରବାର : ବେପାରୀ ଗିରଫ ; ବନ୍ଧୁକ ଓ ଗୁଳି ଜବତ

ଖଣ୍ଡଗିରି : ରାଜଧାନୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି । କେତେବେଳେ ନିଶା ବେପାରକୁ ନେଇ ହତ୍ୟାକାଣ୍ଡ ଘଟୁଛି ତ ଆଉ କେତେବେଳେ ସାଧାରଣ କଥାରେ ଫୁଟୁଛି ଗୁଳି। ପୁଣି କେତେବେଳେ ଖୁଲମଖୁଲା ବନ୍ଧୁକ ବେପାର। ତେଣୁ ସାଧାରଣ ଲୋକ ଏେବ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏନେଇ କମିସନରେଟ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଚୋରା ବନ୍ଧୁକ କାରବାର ଉପରେ ନଜର ରଖାଯାଇଥିଲା । ରବିବାର ଭରତପୁର ପୁଲିସ କୋଳଥିଆର ଏକ ଖୋଲା ପଡ଼ିଆ ନିକଟରୁ ଜଣେ ବନ୍ଧୁକ ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ପିପିଲିରେ ରହୁଥିବା ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ଜିଲା ଏଗ୍ରା ଥାନା ଘେଟୁଆ ଗ୍ରାମର ବାବୁଜାନ୍ ଖାନ୍‌। ତା’ ନିକଟରୁ ୨ଟି ବନ୍ଧୁକ ଓ ୧୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି।
ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ କୋଳଥିଆର ଏକ ଖୋଲା ପଡ଼ିଆ ନିକଟରେ ଜଣେ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ଦୀର୍ଘ ସମୟ ଧରି ଠିଆ ହୋଇଥିବା ଖବର ଭରତପୁର ଥାନା ଅଧିକାରୀଙ୍କୁ ମିଳିଥିଲା। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବାବୁଜାନକୁ ଘେରିଯାଇ କାବୁ କରିଥିଲେ। ତା’ ନିକଟରୁ ଗୋଟିଏ ୨.୨ଏମଏମର ବନ୍ଧୁକ ଓ ଗୋଟିଏ ଏୟାର ପିସ୍ତଲ ସହ ୧୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ େହାଇଥିଲା। ଥାନାକୁ ନେଇ ଜେରା କରିବା ପରେ ସେ ବନ୍ଧୁକ ବେପାର ପାଇଁ ଗ୍ରାହକ ଅପେକ୍ଷାରେ ଠିଆ ହୋଇଥିଲା ବୋଲି କହିଥିଲା । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଘଟିଥିବା ରାହାଜାନି ଓ ଡକାୟତି ମାମଲାରେ ମଧ୍ୟ ବାବୁଜାନର ସମ୍ପୃକ୍ତି ଥିବା ଜଣାପଡ଼ିଛି। ବନ୍ଧୁକ କେଉଁଠାରୁ ଆସୁଛି ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛିସେ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories