www.samajalive.in
Tuesday, December 9, 2025
26.1 C
Bhubaneswar

ରହସ୍ୟଜନକ ମୃତ୍ୟୁ, ଦୁର୍ଘଟଣା ନା ହତ୍ୟା

ରେଙ୍ଗାଲିକେମ୍ପ : ଅତାବିରା ନିର୍ବାଚନ ମଣ୍ଡଳୀର ପଥର୍ଲା ସାଳନା ମଝିରେ ରାସ୍ତାର ବାମପର୍ଶ୍ୱରେ ଏକ ବାଇକ୍ ପଡ଼ିଥିବା ଓ ପାଖରେ ଜଣେ ବ୍ୟକ୍ତି ମୁମୂର୍ଷୁ ଅବସ୍ଥାରେ ପଡିରହିଥିବା ଦେଖି କୌଣସି ସହୃଦୟ ବ୍ୟକ୍ତି ଆମ୍ବୁଲାନ୍ସ ଡାକି ତାଙ୍କୁ ବୁର୍ଲା ପାଠାଇଥିଲେ ବୋଲି ବୁର୍ଲା ପୁଲିସ ପ୍ରକାଶ କରିଛି। ପରେ ବ୍ୟକ୍ତିଜଣକ ଗୁର୍ଖାପାଲିର ଧର୍ମେନ୍ଦ୍ର ମେଣ୍ଡେଲି ବୋଲି ଜଣାପଡିଥିଲା। ବୁର୍ଲାରେ ପହଞ୍ଚିବା ବେଳକୁ ଉକ୍ତି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା। ବୁର୍ଲା ପୁଲିସ ଯୁଧିଷ୍ଠିର ସାହୁଙ୍କୁ ପଚାରି ବୁଝିବାରୁ ବ୍ୟବଚ୍ଛେଦ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି କହିଥିଲେ। ତେବେ ବ୍ୟକ୍ତିଜଣକର ମୁଣ୍ଡରେ ଲାଗିଥିବା କ୍ଷତକୁ ଦେଖି କୌଣସି ଅସ୍ତ୍ର ସାହାଯ୍ୟରେ ଆଘାତ କରାଯାଇଥିବା ଅନୁମାନ କରାଯାଉଛି। ବାଇକଟି ପଡ଼ିଥିବା ସ୍ଥାନରେ ଗୋଟିଏ ଦେଶୀ ମଦ ପାଉଚ୍, ଚପଲ ଚାରି ପାଞ୍ଚଟି, ହାତ ଗ୍ଲୋବ୍ସ ପଡ଼ିରହିଥିଲା । ଏହି ସବୁ ଘଟଣାକୁ ଲକ୍ଷ୍ୟ କରି ସ୍ଥାନୀୟ କିଛି ଲୋକେ ଏହାକୁ ହତ୍ୟା ବୋଲି କହୁଥିବା ବେଳେ ଆଉ କିଛି ଦୁର୍ଘଟଣା ବୋଲି କହୁଛନ୍ତି । ତେବେ ଏ ନେଇ ଋଷୁଡ଼ା ଫାଣ୍ଡି ପୁଲିସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ବାଇକ୍ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories