Patra electronics

ମୋଇନ୍‍ଙ୍କ ପ୍ରଶଂସାରେ ଶତମୁଖ ରୁଟ୍‍

0

ସାଉଥାମ୍ପଟନ୍‍ : ଘରୋଇ ଇଂଲଣ୍ଡ ଓ ଭାରତ ବିପକ୍ଷ ୪ର୍ଥ ଟେଷ୍ଟମ୍ୟାଚ୍‍ ଜିତି ଇଂଲଣ୍ଡ ଟେଷ୍ଟ ସିରିଜ୍‍ ହାତେଇ ନେବାରେ ସକ୍ଷମ ହୋଇଛି। ଏହି ମ୍ୟାଚ୍‍ରେ ଇଂଲଣ୍ଡ ପକ୍ଷରୁ ମୋଇନ୍‍ ଅଲୀ ଚମତ୍କାର ବୋଲିଂକରି ୯ଟି ୱିକେଟ୍‍ ନେଇ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ଇଂନିସରେ ମୋଇନ୍‍ ୫ଟି ଓ ୨ୟ ଇନିଂସରେ ୪ଟି ୱିକେଟ୍‍ ନେଇଥିଲେ। ସେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେଙ୍କୁ ଆଉଟ୍‍ କରି ଇଂଲଣ୍ଡର ବିଜୟକୁ ସୁଗମ କରିଥିଲେ। ମୋଇନ୍‍ଙ୍କ ଏପରି ପ୍ରଦର୍ଶନକୁ ଉଚ୍ଚପ୍ରଶଂସା କରିଛନ୍ତି ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍‍।
ରୁଟ୍‍ କହିଥିଲେ, ଇଂଲଣ୍ଡ ପକ୍ଷରୁ ମୋଇନ୍‍ଙ୍କ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ମୋଇନ୍‍ ଯେପରି ବୋଲିଂ କଲେ ତାହା ବାସ୍ତବିକ ପ୍ରଶଂସନୀୟ। ସେ ଉପଯୁକ୍ତ ଲାଇନ୍‍ ଲେଙ୍ଗ୍‍ଥରେ ବୋଲିଂକରି ଭାରତକୁ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ସ୍ୱୀକାର୍ଯ୍ୟ। ଯୁବ ଖେଳାଳି ସାମ୍‍ କରନ୍‍ ଯେପରି ପ୍ରଦର୍ଶନ କରିଥିଲେ ତାହାକୁ ଉଚ୍ଚପ୍ରଶଂସା କରିଛନ୍ତି ରୁଟ୍‍। ଏହି ଯୁବ ଖେଳାଳିଙ୍କ ନିକଟରେ ଆଗାମୀ ଦିନରେ ପ୍ରଖ୍ୟାତ ଖେଳାଳି ହେବାର ସମସ୍ତ ଗୁଣ ରହିଥିବା ରୁଟ୍‍ ମତ ଦେଇଛନ୍ତି। ଇଂଲଣ୍ଡର ଦ୍ରୁତ ବୋଲର ଯେପରି ପ୍ରଦର୍ଶନ କରୁଛନ୍ତି; ତାହାକୁ ମଧ୍ୟ ରୁଟ୍‍ ପ୍ରଶଂସା କରିଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ଟେଷ୍ଟ ସିରିଜ୍‍ ସଂଘର୍ଷପୂର୍ଣ୍ଣ ହେଉଥିବାରୁ ଟେଷ୍ଟ କ୍ରିକେଟ୍‍ର ଭବିଷ୍ୟତ ପାଇଁ ଏହା ବେଶ୍‍ ଲାଭଦାୟକ ବୋଲି ରୁଟ୍‍ କହିଛନ୍ତି। ମ୍ୟାନ୍‍ ଅଫ୍‍ ଦି ମ୍ୟାଚ୍‍ ମୋଇନ୍‍ କହିଥିଲେ ଯେ ଦୀର୍ଘଦିନ ପରେ ଟେଷ୍ଟରେ ଏପରି ସଫଳତା ପାଇଥିବାରୁ ସେ ବେଶ୍‍ ଖୁସି ଅଛନ୍ତି। କାଉଣ୍ଟି କ୍ରିକେଟ୍‍ ଖେଳିବାର ଅଭିଜ୍ଞତା ତାଙ୍କୁ ଟେଷ୍ଟ ସିରିଜ୍‍ରେ ବେଶ୍‍ ସହାୟକ ହୋଇଛି। ଇଂଲଣ୍ଡ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସେ ବେଶ୍‍ ଖୁସିଅଛନ୍ତି।

Leave A Reply