www.samajalive.in
Friday, December 12, 2025
15.1 C
Bhubaneswar

ଭୋଜନାଳୟରେ ଯୌନ କାରବାର: ୮ ଯୁବତୀ ଉଦ୍ଧାର, ମାଲିକ ଫେରାର

ଖଣ୍ଡଗିରି: ଭରତପୁର ଥାନା ନିକଟସ୍ଥ ଏକ ଘରୋଇ ହସ୍ପିଟାଲ ପାଖରେ ଥିବା ଏକ ଏହି ହୋଟେଲରେ ଚାଲିଥିଲା ଯୌନ କାରବାର। ଭରତପୁର ଥାନା ପୁଲିସ ଅତର୍କିତ ଭାବେ ଚଢ଼ଉ କରି ୮ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଦୁଇଜଣ ଗ୍ରାହକଙ୍କୁ ଅଟକ ରଖି ପଚରାଉଚରା କରୁଛି। ହୋଟେଲ ମାଲିକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ନଗଦ ଟଙ୍କା, କିଛି ଆପତ୍ତି ଜନକ ଜିନିଷ, ୧୦ରୁ ଅଧିକ ମୋବାଇଲ ଫୋନ୍‍, ଔଷଧ ଓ ମଦ ଆଦି ଜବତ କରିଛି। ଉଦ୍ଧାର ଯୁବତୀମାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ଦୁଇ ଗ୍ରାହକ ହେଲେ ଗଞ୍ଜାମ ହିଞ୍ଜିଳିକାଟୁର ସନ୍ତୋଷ ପ୍ରଧାନ ଓ ପୁରୀର ପ୍ରମୋଦ କୁମାର ପୃଷ୍ଟି। ଆଜି ଉଭୟଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ଭରତପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଗତବର୍ଷ ଆଇଗଣିଆରେ ଥିବା ଏକ ଓୟେ ହୋଟେଲରୁ ଖଣ୍ଡଗିରି ଥାନା ପୁଲିସ ୬ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୪ ଗ୍ରାହକଙ୍କୁ ଗିରଫ କରିଥିଲା।: ଓୟେର ମାଲିକ ବଙ୍ଗୀୟ ଯୁବତୀମାନଙ୍କୁ ଆଣି ଚଳାଇଥିଲେ ଦେହ କାରବାର। ଭରତପୁର ଥାନା ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଓୟେ ହୋଟେଲରେ ଅତର୍କିତ ଭାବେ ଶନିବାର ରାତି ୮ଟାରେ ଚଢ଼ଉ କରିଥିଲେ । ପୁଲିସକୁ ଦେଖି ହୋଟେଲ ମାଲିକ ଖସି ପଳାଇଥିବା ବେଳେ ପୁଲିସ ରୁମକୁ ଘେରି ଯାଇଥିଲେ। ଯୁବତୀମାନେ ରୁମ ଭିତରେ ଅସଂଜତ ଅବସ୍ଥାରେ ଥିବାବେଳେ ପୁଲିସ ଦୁଇ ଗ୍ରାହକଙ୍କୁ କାବୁ କରିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories