www.samajalive.in
Sunday, December 7, 2025
13.1 C
Bhubaneswar

ଏ ପର୍ଯ୍ୟନ୍ତ କେନ୍ଦ୍ର ବଜେଟର ୩୭.୯% କୋଭିଡ ଟିକା କିଣାରେ ଖର୍ଚ୍ଚ ହୋଇଛି: ଆରଟିଆଇ ତଥ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟର ଏପର୍ଯ୍ୟନ୍ତ ୩୭.୯୨% ବା ୯୨୨୯.୩୧ କୋଟି ଟଙ୍କା କୋଭିଡ ଟିକା କିଣା ବାବଦରେ ଖର୍ଚ୍ଚ ହୋଇଛି। ଏହି ଅର୍ଥରେ ଏପର୍ଯ୍ୟନ୍ତ ତିନିଟି ଟିକା ଉତ୍ପାଦନକାରୀ କମ୍ପାନୀ ନିକଟରୁ ୧୨୪ କୋଟି ପାନ ଟିକା ଖରିଦ କରାଯାଇସାରିଛି। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର କୋଭିଡ-୧୯ ପରିଚାଳନା ପାଇଁ ୩୫ ହଜାର କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା କରିଛନ୍ତି। ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟରୁ ଏହା ଜଣାଯାଇଛି। ଏଥିରେ କୁହାଯାଇଛି ଯେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ଉତ୍ପାଦିତ କୋଭିଶିଲ୍ଡ ୨୧ କୋଟି ପାନ ଏବଂ ଭାରତ ବାୟୋଟେକ୍‍ ଠାରୁ ୭ କୋଟି ପାନ କୋଭାକ୍ସିନ ଖରିଦ କରିବାକୁ ୪୪୧୦ କୋଟି ଟଙ୍କା ଚଳିତ ବର୍ଷ ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ଖର୍ଚ୍ଚ କରାଯାଇସାରିଛି। ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିବା ମୋଟ ୯୨୨୯.୩୧ କୋଟି ଟଙ୍କା ମଧ୍ୟରେ ହାଇଦରାବାଦର ବାୟୋଲୋଜିକାଲ ଇ ନିକଟରୁ କୋର୍ବେଭାକ୍ସ ଟିକା ୩୦ କୋଟି ପାନ ଖରିଦ କରିବାକୁ ଅଗ୍ରୀମ ଆକାରରେ ଦିଆଯାଇଥିବା ୧୫୦୦ କୋଟି ଟଙ୍କା ମଧ୍ୟ ଅନ୍ତର୍ଭୁକ୍ତ। ଏହି ଟିକା ଚଳିତ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ମିଳିବା ଆଶା କରାଯାଉଛି।

ସୂଚନା ଅଧିକାର ଆଇନ ବଳରେ ବିବେକ ପାଣ୍ଡେ ନାମକ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ମଗାଯାଇଥିବା ତଥ୍ୟର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଟିକା ନେବା ବୟସବର୍ଗର ଜନସଂଖ୍ୟାକୁ ଆଧାର କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସମସ୍ତ ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦିଆଯାଉଛି। ୨୦୨୧ ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ୬୪.୬୫ କୋଟି ପାନରୁ ଅଧିକ ଟିକା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ମାଗଣା ଯୋଗାଣ ମାଧ୍ୟମ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ସିଧା କ୍ରୟ ମାଧ୍ୟମରେ ଯୋଗାଇ ଦିଆଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରୁ ମଧ୍ୟ ଆଉ ୧୩୯୨.୮୨ କୋଟି ଟଙ୍କା ଚଳିତ ବର୍ଷ ଜାନୁଆରୀ ଓ ଫେବ୍ରୁଆରୀରେ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା କିଣିବା ବାବଦରେ ଖର୍ଚ୍ଚ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories