www.samajalive.in
Wednesday, December 10, 2025
16.1 C
Bhubaneswar

ସିଡନିରୁ ଲଣ୍ଡନ ଯାତ୍ରା କରିବ ବିଶ୍ୱର ସବୁଠୁ ଦୂରଗାମୀ ଅବିରାମ ବିମାନ

ଦୋହା : ସିଡନିରୁ ଲଣ୍ଡନ ପର୍ଯ୍ୟନ୍ତ ଅବିରାମ ବିମାନ ଯାତ୍ରା ପରିକଳ୍ପନା ଏବେ ବାସ୍ତବ ରୂପ ନେବାକୁ ଯାଉଛି। ଏହି ଉଡ଼ାଣ ପାଇଁ ବିଶ୍ୱର ଅଗ୍ରଣୀ ଉଡ଼ାଜାହାଜ ନିର୍ମାଣକାରୀ କମ୍ପାନୀଙ୍କ ସହ ଅଷ୍ଟ୍ରେଲିଆର କ୍ୱାଣ୍ଟାସ୍‍ ଏୟାରୱେଜ୍‍ ମ୍ୟାନେଜମେଣ୍ଟର କଥାବାର୍ତ୍ତା ଜାରି ରହିଛି। ଏହି ବିମାନ ପାଖାପାଖି ୨୦ ଘଣ୍ଟାରେ ୧୬ ହଜାର ୯୮୩ କିଲୋମିଟର ପଥ ଯାତ୍ରା କରିବ। ଏଥିରେ ଯାତ୍ରୀଙ୍କ ପାଇଁ ଜିମ୍‍ର ସୁବିଧା ଉପଲବ୍ଧ ରହିବ। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ଅବିରାମ ବିମାନ ଉଡ଼ାଣ ଆରମ୍ଭ କରିବା ପରେ ଏହା ବିଶ୍ୱର ସବୁଠୁ ଦୀର୍ଘ ପଥ ଯାତ୍ରା କରୁଥିବା ଦୂରଗାମୀ ବିମାନ ସେବାରେ ପରିଣତ ହେବ। ବର୍ଷେ ପୂର୍ବରୁ କ୍ୱାଣ୍ଟାସ୍‍ ଏୟାରୱେଜର ସିଇଓ ଆଲନ ଜୋଏସ୍‍ ବିମାନ ନିର୍ମାଣକାରୀ କମ୍ପାନୀଙ୍କୁ ସିଡନିରୁ ଲଣ୍ଡନ ପର୍ଯ୍ୟନ୍ତ ଅବିରାମ ଯାତ୍ରା କରିପାରିବାର କ୍ଷମତା ରଖିଥିବା ବିମାନ ନିର୍ମାଣ କରିବାକୁ ଆହ୍ୱାନ ଦେଇଥିଲେ। ଏବେ ଏଭଳି ବିମାନ ନିର୍ମାଣ ହୋଇସାରିଛି। ଏଥିପାଇଁ ଅନେକ ବିମାନ ନିର୍ମାଣକାରୀ କମ୍ପାନୀ ଆଗକୁ ଆସିଛନ୍ତି ଓ ଏହି ସେବା ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି କ୍ୱାଣ୍ଟାସ୍‍ ଏୟାରୱେଜର ସିଇଓ ପ୍ରକାଶ କରିଛନ୍ତି। ଏହି ବିମାନରେ ଅନ୍ୟୁନ୍‍ ୩୦୦ ଯାତ୍ରୀ ନିଜ ଜିନିଷ ସହ ଯାତ୍ରା କରିପାରିବେ। ୨୦୨୨ ପୂର୍ବରୁ ଏହି ବିମାନ ଚଳାଚଳ ଆରମ୍ଭ ହେବ। ଉଲ୍ଲେଖ ଯେ ସିଙ୍ଗାପୁର ଏୟାରଲାଏନ୍ସର ଏକ ବିମାନ ସିଙ୍ଗାପୁରଠାରୁ ନ୍ୟୁୟର୍କ ପର୍ଯ୍ୟନ୍ତ ଚଳାଚଳ କରି ବିଶ୍ୱର ଦୀର୍ଘ ପଥ ଅତିକ୍ରମ କରୁଥିବା ଅବିରାମ ବିମାନ ସେବାର ମାନ୍ୟତା ଲାଭ କରିଛି। ଏହି ବିମାନ ୧୯ ଘଣ୍ଟାରେ ୧୫,୩୨୯ କିଲୋମିଟର ପଥ ଅତିକ୍ରମ କରୁଛି। ସେହିପରି କାତର ଏୟାରୱେଜର ‘ବୋଇଙ୍ଗ ୭୭୭’ ଅବିରାମ ବିମାନ ଦୋହାରୁ ନ୍ୟୁଜିଲାଣ୍ଡର ଅକଲାଣ୍ଡ ପର୍ଯ୍ୟନ୍ତ ୧୪,୫୩୬ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ମାତ୍ର ୧୮ ଘଣ୍ଟାରେ ପୂରା କରୁଛି। ପଶ୍ଚିମ ଅଷ୍ଟ୍ରେଲିଆର ପର୍ଥ ସହରରୁ ୱାଲି ୟେ ବିମାନ ‘ବୋଇଙ୍ଗ ୭୮୭-୯’ ୧୭ ଘଣ୍ଟା ୨୦ ମିନିଟରେ ୧୪, ୫୦୦ କିଲୋମିଟର ଅତିକ୍ରମ କରି ବ୍ରିଟେନର ରାଜଧାନୀ ଲଣ୍ଡନରେ ପହଞ୍ଚୁଛି। ବିଶ୍ୱର ସବୁଠୁ ଦୂରଗାମୀ ଅବିରାମ ବିମାନ ମଧ୍ୟରେ ଦିଲ୍ଲୀରୁ ସାନଫ୍ରାଂସିସ୍କୋ ୧୫, ୧୪୦ କିଲୋମିଟର (୧୬ ଘଣ୍ଟା), ଦୋହାରୁ ଅକଲାଣ୍ଡ ୧୪,୫୩୯ କିଲୋମିଟର (୧୭.୩ ଘଣ୍ଟା) ଆଦି ବିମାନ ଅଛନ୍ତି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories