ଆଖଣ୍ଡଳମଣିଙ୍କ ପୀଠରେ ନିଆରା ଭାବେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଆରଡି : ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ ନିଆରା ଭାବେ ରୀତିନୀତି ଅନୁଯାୟୀ ପାଳିତ ହୋଇଛି ଜନ୍ମାଷ୍ଟମୀ ଉତ୍ସବ। ଏହି ଅବସରରେ ସୋମବାର ଦିନ ଜନ୍ମାଷ୍ଟମୀ ନୀତି ନିମନ୍ତେ ଭୋର ସମୟରେ ଏକ ସ୍ବତନ୍ତ୍ର ପୂଜାମଣ୍ଡପରେ ମଙ୍ଗଳ ଆଳତୀ, ମହାସ୍ନାନ, ପଞ୍ଚ ଉପଚାର ନୀତି ସମ୍ପନ୍ନ ହେବା ପରେ ଦିନତମାମ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା। ସଂଧ୍ୟାଠାରୁ ମଙ୍ଗଳବାର ଭୋର ପର୍ୟ୍ୟନ୍ତ ଖଣ୍ଡୀକିଆ ହରିବଂଶ ପୁରାଣ ପଠନ ସହ ଅର୍ଦ୍ଧରାତ୍ରରେ ଅର୍ଥାତ ଠିକ ରାତ୍ର ୧୨ଟା ସମୟରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ନିଆରା ଭାବେ କଂସ ମହିପାଳ ନୀତି ସେବାୟତଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସୀମିତ ସେବାୟତଙ୍କ ଦ୍ବାରା ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା। ପରେ ବାଲ୍ୟଭୋଗ ଅର୍ପଣ, ହୋମ, ନୀତିଭୋଗ ଲାଗି ହେବା ପରେ ଭୋର ସମସ୍ତ ନୀତି ସମାପନ କରାଯାଇଥିଲା।

Comments are closed.