www.samajalive.in
Wednesday, December 10, 2025
14.1 C
Bhubaneswar

ଟୋକିଓ ପାରାଲିମ୍ପିକ୍‌ସ : ଗୋଟିଏ ଦିନରେ ଜାଭେଲିନ୍‌ରେ ୩ ପଦକ

ଟୋକିଓ : ଚଳିତ ପାରାଲିମ୍ପିକ୍‌ସରେ ସୋମବାର ଭାରତ ୫ଟି ପଦକ ଜିତିଥିବା ବେଳେ ୩ଟି ପଦକ କେବଳ ଜାଭେଲିନ୍ ଥ୍ରୋରୁ ମିଳିଛି। ସୁମିତ ଆଣ୍ଟିଲ ଜାଭେଲିନ୍ ପୁରୁଷ ଏଫ୍‌୬୪ ବର୍ଗରେ ସ୍ବର୍ଣ୍ଣପଦକ ଜିତିଥିବା ବେଳେ ପୁରୁଷ ଏଫ୍‌୪୬ ବର୍ଗରେ ଭାରତର ଦେବେନ୍ଦ୍ର ଝାଝାରିଆ ରୌପ୍ୟ ଓ ସୁନ୍ଦର ସିଂହ ଗୁର୍ଜର କାଂସ୍ୟ ପଦକ ଜିତିଛନ୍ତି। ଫଳରେ ସୋମବାର ଜାଭେଲିନ୍‌ ଥ୍ରୋ ଭାରତ ପାଇଁ ଫଳପ୍ରସୂ କ୍ରୀଡ଼ା ପ୍ରମାଣିତ ହୋଇଛି। ଜାଭେଲିନ୍‌ ପୁରୁଷ ଏଫ୍‌୪୬ ବର୍ଗରେ ସୋମବାର ଭାରତର ୨ ଜଣ ପ୍ରତିଯୋଗୀ ଓହ୍ଲାଇଥିବା ବେଳେ ଉଭୟେ ପଦକ ଜିତି ପାରିଛନ୍ତି । ତେବେ ଦେବେନ୍ଦ୍ର ଝାଝାରିଆ ଐତହାସିକ ୩ୟ ପାରାଲିମ୍ପିକ୍‌ସ ସ୍ବର୍ଣ୍ଣପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି। ୪୦ ବର୍ଷ ବୟସ୍କ ଝାଝାରିଆ ଫାଇନାଲରେ ୬୩.୯୭ ମିଟର ଦୂରତା ହାସଲକରି ନିଜ ବିଶ୍ବ କୀର୍ତ୍ତିମାନ ଭାଙ୍ଗିଥିଲେ ହେଁ ଏହା ତାଙ୍କୁ ସ୍ବର୍ଣ୍ଣପଦକ ଜିତାଇ ପାରିନଥିଲା। ଦେବେନ୍ଦ୍ର ୨ୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିଲେ। ଶ୍ରୀଲଙ୍କାର ଦିନେଶ ପ୍ରିୟାନ୍ ହେରାଥ୍ ୬୭.୭୯ ମିଟର ଦୂରତା ସହ ନୂତନ ବିଶ୍ବ କୀର୍ତ୍ତିମାନ ସହ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣପଦକ ଜିତିଥିଲେ। ଦେବେନ୍ଦ୍ର ଝାଝାରିଆ ଭାରତୀୟ ପାରାଲିମ୍ପିକ୍‌ସ ଇତିହାସରେ ସର୍ବଶ୍ରେଷ୍ଠ ଆଥ୍‌ଲେଟ୍‌। ଆଜିର ରୌପ୍ୟକୁ ମିଶାଇ ଦେବେନ୍ଦ୍ର ୩ଟି ପଦକ ଜିତି ସାରିଲେଣି। ୨୦୦୪ ଓ ୨୦୧୬ ପାରାଲିମ୍ପିକ୍‌ସରେ ଦେବେନ୍ଦ୍ର ସ୍ବର୍ଣ୍ଣପଦକ ଜିତିଥିଲେ। ତାଙ୍କୁ ୮ ବର୍ଷ ହୋଇଥିବା ବେଳେ ଅକସ୍ମାତ୍ ଏକ ବିଦ୍ୟୁତ ତାରକୁ ଛୁଇଁଦେବାରୁ ଦେବେନ୍ଦ୍ର ବାମ ହାତ ହରାଇଥିଲେ। ହେଲେ ଗତ ୨ ଦଶନ୍ଧି ଧରି ସେ ସାରାବିଶ୍ବରେ ଜାଭେଲିନ୍‌ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଏହି ବର୍ଗରେ ଭାରତର ସୁନ୍ଦର ସିଂହ ଗୁର୍ଜର କାଂସ୍ୟ ପଦକ ଜିତିଛନ୍ତି। ସୁନ୍ଦର ୬୪.୦୧ ମିଟର ଦୂରତା ସହ ୩ୟ ସ୍ଥାନରେ ରହିଥିଲେ। ରାଜସ୍ଥାନର ୨୫ ବର୍ଷ ବୟସ୍କ ଗୁର୍ଜରଙ୍କ ହାତରେ ୨୦୧୫ରେ ଏକ ଓଜନିଆ ଧାତବ ଜିନିଷ ପଡ଼ିଯିବାରୁ ସେ ହାତ ହରାଇଥିଲେ। ୨୦୧୭ ଓ ୨୦୧୯ ବିଶ୍ବ ପାରା ଦୌଡ଼କୁଦ ପ୍ରତିଯୋଗିତାରେ ଗୁର୍ଜର ସ୍ବର୍ଣ୍ଣପଦକ ଜିତିଥିଲେ ହେଁ ଏଠାରେ ଉକ୍ତ ପ୍ରଦର୍ଶନକୁ ଦୋହରାଇ ପାରିନଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories