www.samajalive.in
Sunday, December 7, 2025
26.1 C
Bhubaneswar

ଲଦାଖରେ ବିଶ୍ୱର ସର୍ବୋଚ୍ଚ ସ୍ଥାନରେ ଖୋଲିଲା ଚଳଚ୍ଚିତ୍ର ପ୍ରେକ୍ଷାଳୟ

ଲେହ: ଲଦାଖରେ ସ୍ଥାପନ କରାଯାଇଛି ବିଶ୍ୱର ସର୍ବୋଚ୍ଚ ଉଚ୍ଚତାରେ ଥିବା ଚଳଚ୍ଚିତ୍ର ପ୍ରେକ୍ଷାଳୟ। ଏହା ସମୁଦ୍ର ପତନରୁ ୧୧,୫୬୨ ଫୁଟ ଉଚ୍ଚତାରେ ଅବସ୍ଥିତ। ଲଦାଖର ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କୁ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଦେଖିବାର ଅନୁଭୂତି ପ୍ରଦାନ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ସ୍ଥାପନ କରାଯାଇଛି। ଏହା ଏକ ଭ୍ରାମ୍ୟମାଣ ପ୍ରେକ୍ଷାଳୟ ଭାବରେ କାର୍ଯ୍ୟ କରିବ। ପିକ୍ସର ଟାଇମ ଡିଜିପ୍ଲେକ୍ସ ପକ୍ଷରୁ ଏହାକୁ ସ୍ଥାପନ କରାଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ଜଳନିରୋଧୀ ସାମଗ୍ରୀରେ ତିଆରି କରାଯାଇଛି। ଲେହର ଏନଏସଡି ପଡିଆରେ ଏହାକୁ ସ୍ଥାପନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲଦାଖ ବୌଦ୍ଧ ଧର୍ମାବଲମ୍ବୀ ସଂଘର ସଭାପତି ଥୁପସ୍ତାନ ଚେୱାଙ୍ଗ ଏବଂ ଅଭିନେତା ପଙ୍କଜ ତ୍ରିପାଠୀ ଉପସ୍ଥିତ ଥିଲେ। ସେମାନଙ୍କ ସହିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଜଣେ ମଞ୍ଚ କଳାକାର ମେଫାମ ଓତ୍‍ସାଲ ମଧ୍ୟ ଏଥିରେ ଅତିଥି ଭାବରେ ଯୋଗଦେଇଥିଲେ। ଜଣାଯାଇଛି ଯେ ଲେହର ବିଭିନ୍ନ ସ୍ଥାନରେ ଏହିଭଳି ଚାରିଟି ପ୍ରେକ୍ଷାଳୟ ସ୍ଥାପନ କରାଯିବ। ଏଗୁଡିକ ବିଯୁକ୍ତ ୨୮ ଡିଗ୍ରୀ ତାପମାତ୍ରାରେ ମଧ୍ୟ ସୁଚାରୁ ରୂପେ ଚଳଚ୍ଚିତ୍ର ପ୍ରଦର୍ଶନ କରିପାରିବ। ପ୍ରେକ୍ଷାଳୟ ଉଦଘାଟନ ଅବସରରେ ସଂକ୍ଷିପ୍ତ ଚଳଚ୍ଚିତ୍ର ‘ସେକୁଲ’ ପ୍ରଦର୍ଶିତ ହୋଇଥିଲା, ଯାହା ଲଦାଖର ଚାଙ୍ଗପା ଯାଯାବର ଲୋକଙ୍କ ଜୀବନ ଉପରେ ଆଧାରିତ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories