www.samajalive.in
Thursday, December 11, 2025
15.1 C
Bhubaneswar

ଟୋକିଓ ପାରାଅଲିମ୍ପିକ୍ସ : ଦିନକରେ ଭାରତର ୩ ପଦକ

ଟୋକିଓ : ଜାତୀୟ କ୍ରୀଡ଼ା ଦିବସରେ ପାରାଅଲିମ୍ପିଆନ୍‌ମାନେ ଦେଶ ପାଇଁ ଗୌରବ ଆଣିଛନ୍ତି । ଟୋକିଓ ପାରାଅଲିମ୍ପିକ୍ସରେ ରବିବାର ଭାରତୀୟ ପ୍ରତିଯୋଗୀମାନେ ୩ଟି ପଦକ ପାଇ ଭାରତ ପାଇଁ ଫଳପ୍ରସୂ ଦିନ ପ୍ରମାଣିତ ହୋଇଛି । ସକାଳୁ ଟେବୁଲ ଟେନିସ୍‌ରେ ଭାବିନା ପଟେଲ ଦେଶକୁ ପ୍ରଥମ ପଦକ ଜିତାଇଥିବା ବେଳେ ସନ୍ଧ୍ୟାରେ ଭାରତକୁ ଆଉ ୨ଟି ପଦକ ମିଳିଛି । ଭାରତର ନିଶାଦ୍ କୁମାର ପୁରୁଷ ଉଚ୍ଚ ଡିଆଁ (ହାଇଜମ୍ପ୍‌)ରେ ରୌପ୍ୟ ପଦକ ଜିତିଥିବା ବେଳେ ବିନୋଦ କୁମାର ପୁରୁଷ ଡିସ୍‌କସ ଥ୍ରୋ’ରେ କାଂସ୍ୟ ପଦକ ଜିତିଛନ୍ତି । ଫଳରେ ଗୋଟିଏ ଦିନରେ ଭାରତ ୩ଟି ପଦକ ଜିତିପାରିଛି । ପ୍ରଥମ ଭାରତୀୟ ମହିଳା ପାରା ଟେବୁଲ ଟେନିସ ଖେଳାଳି ଭାବେ ଭାବିନା ପଟେଲ ରୌପ୍ୟ ପଦକ ହାସଲ କରିଛନ୍ତି।
ଚଳିତ କ୍ରୀଡ଼ାରେ ଏହା ଭାରତର ପ୍ରଥମ ପଦକ। ରବିବାର କ୍ଳାସ-୪ ମହିଳା ସିଙ୍ଗଲ୍‌ସ ଫାଇନାଲରେ ଭାବିନା ଚୀନ୍‌ର ଝୌ ଝେଙ୍ଗ୍‌ଙ୍କଠାରୁ ପରାଜିତ ହୋଇ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ବିଶ୍ବର ୧ ନମ୍ବର ଖେଳାଳି ଝେଙ୍ଗ୍‌ ୩-୦ ଗେମ୍‌ (୧୧-୭, ୧୧-୫ ଓ ୧୧-୬)ରେ ଭାବିନାଙ୍କୁ ପରାସ୍ତ କରିଛନ୍ତି। ପାରାଅଲିମ୍ପିକ୍ସ​‌େ​‌ର ଭାବିନା ପ୍ରଥମ ପଦାର୍ପଣରେ ‌େ​‌ରୗପ୍ୟ ପଦକ ଜିତିଥିବା ବେଳେ ଝେଙ୍ଗ ୬ଷ୍ଠ ଥର ପାଇଁ ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେମିଫାଇନାଲରେ ୩୪ ବର୍ଷ ବୟସ୍କା ଭାବିନା ପୂର୍ବତନ ଚମ୍ପିଆନ ତଥା ବିଶ୍ବର ୩ ନମ୍ବର ଚୀନର ଝାଙ୍ଗ ମିଆଓଙ୍କୁ ୩-୨ ଗେମ୍‌ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ପୁରୁଷ ଉଚ୍ଚ ଡିଆଁ ଟି୪୭ ବର୍ଗରେ ଭାରତର ନିଶାଦ୍ କୁମାର ଫାଇନାଲରେ ୨ୟ ସ୍ଥାନରେ ରହି ରୌପ୍ୟପଦକ ଜିତିଛନ୍ତି। ଏହି ପଦକ ଜିତିବା ସହ ନିଶାଦ୍ କୁମାର ନୂତନ ଏସୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ନିଶାଦ୍‌ ୨.୦୬ ମିଟର ଉଚ୍ଚକୁ ଡେଇଁ ରବିବାର ଏହି କ୍ରୀଡ଼ାର ୫ମ ଦିନରେ ଭାରତକୁ ୨ୟ ପଦକ ଜିତାଇଥିଲେ।
ଅନ୍ୟପକ୍ଷରେ ନୂତନ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠାକରି ଆମେରିକାର ରଡେରିକ୍ ଟାଉନ୍‌ସେଣ୍ଡ ୨.୧୫ ମିଟର ଉଚ୍ଚତା ସହ ସ୍ବର୍ଣ୍ଣପଦକ ଜିତିଛନ୍ତି। ନିଶାଦ୍‌ଙ୍କ ସହ ସମାନ ୨.୦୬ ମିଟର ଉଚ୍ଚକୁ ଡେଇଁ ଆମେରିକାର ଡାଲାସ୍ ୱାଇଜ୍ କାଂସ୍ୟ ପଦକ ଜିତିଛନ୍ତି। ହିମାଚଳ ପ୍ରଦେଶର ଉନା ଜିଲାର ବାସିନ୍ଦା ନିଶାଦ କୁମାର ଦୁବାଇରେ ଅନୁଷ୍ଠିତ ୨୦୧୯ ବିଶ୍ବ ଚମ୍ପିଆନ୍‌ସିପରେ ୩ୟ ସ୍ଥାନ ହାସଲକରି କାଂସ୍ୟପଦକ ହାସଲ କରିଥିଲେ। ନିଶାଦ୍ ଟୋକିଓରେ ରୌପ୍ୟପଦକ ଜିତିଥିବା ବେଳେ ଅନ୍ୟ ଭାରତୀୟ ରାମ ପାଲ ୧.୯୪ ମିଟର ଉଚ୍ଚତା ସହ ୫ମ ସ୍ଥାନରେ ରହିଥିଲେ। ନିଶାଦ୍ ରୌପ୍ୟପଦକ ଜିତିଥିବାରୁ ସାରାଦେଶରୁ ତାଙ୍କ ପାଇଁ ଅଭିନନ୍ଦନର ସୁଟ ଛୁଟିବାରେ ଲାଗିଛି।
ଭାବିନା ପଟେଲ ଓ ନିଶାଦ୍ କୁମାରଙ୍କ ପରେ ରବିବାର ଭାରତକୁ ୩ୟ ପଦକ ଜିତାଇଛନ୍ତି ବିନୋଦ କୁମାର। ପୁରୁଷ ଡିସ୍‌କସ ଥ୍ରୋ ଏଫ୍‌୫୨ ବର୍ଗରେ ବିନୋଦ ୩ୟ ସ୍ଥାନରେ ରହି କାଂସ୍ୟ ଜିତିଛନ୍ତି। ବିନୋଦ ତାଙ୍କର ୫ମ ପ୍ରୟାସରେ ୧୯.୯୧ ମିଟର ଦୂରତା ହାସଲକରି ୩ୟ ସ୍ଥାନରେ ରହିଥିଲେ। ୧୯.୯୧ ମିଟର ହେଉଛି ଏଫ୍‌୫୨ ବର୍ଗରେ ନୂତନ ଏସୀୟ ରେକର୍ଡ। ପୋଲାଣ୍ଡର ପିଓଟର କୋସେୱିଜ୍ ୨୦.୦୨ ମିଟର ଦୂରକୁ ଡିସ୍‌କସ ଫିଙ୍ଗି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣପଦକ ଜିତିଛନ୍ତି। ୧୯.୯୮ ମିଟର ଦୂରତା ସହ କ୍ରୋଏସିଆର ଭେଲିମିର ସାଣ୍ଡର ୨ୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲେ। ୪୧ ବର୍ଷରେ ପାରାଅଲିମ୍ପିକ୍ସ ପ୍ରତିଯୋଗିତାରେ ପଦକ ଜିତିବା ଏକ ବଡ଼ ଉପଲବ୍‌ଧି। ସେନା ପରିବାରରୁ ଆସିଥିବା ବିନୋଦ କୁମାର ଅବସରପ୍ରାପ୍ତ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନ। ବିଏସ୍‌ଏଫ୍‌ ପାଇଁ ଅଭ୍ୟାସ କରୁଥିବା ବେଳେ ଏକ ଖାଇରେ ଖସି ପଡ଼ିବାରୁ ସେ ଗୁରୁତର ଆହତ ହୋଇଥିଲେ। ୧୦ ବର୍ଷ ଧରି ସେ ଶଯ୍ୟାଶାୟୀ ଥିଲେ। ପରେ ସେ ପାରା କ୍ରୀଡ଼ା ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ଡିସ୍‌କସ୍ ଥ୍ରୋ ଅଭ୍ୟାସ କରି ଆଜି ଦେଶ ପାଇଁ ପଦକ ଜିତି ପାରିଛନ୍ତି। ବିନୋଦ ବସିକରି ଡିସ୍‌କସ୍ ଫିଙ୍ଗିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories