www.samajalive.in
Friday, December 12, 2025
16.1 C
Bhubaneswar

ନୀଳଗିରି : ମହାପ୍ରଭୁଙ୍କୁ ଲାଗି ହେଲା ଜେଉଡ଼ ଭୋଗ

ନୀଳଗିରି : ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ଵର ଜିଲ୍ଲାର ନୀଳଗିରି ଜଗନ୍ନାଥ ମନ୍ଦିରରେ ରବିବାର ସନ୍ଧ୍ୟାରେ ଜେଉଡ଼ ଭୋଗ ଲାଗି ହୋଇ ଗର୍ଭଉଦକ ବନ୍ଦାପନା କରାଯାଇଛି । ମା ଦେବକୀଙ୍କୁ ଗର୍ଭ କଷ୍ଟ ନହେବା ପାଇଁ ମହାପ୍ରଭୁଙ୍କ ଠାରେ ଏହି ଭୋଗ ଲାଗି ହେବା ସହ ବନ୍ଦାପନା ନୀତି ହୋଇଛି । ମହାପ୍ରଭୁ ହେଉଛନ୍ତି ଅବତାରୀ, ତାଙ୍କ ଠାରୁ ସମସ୍ତ ଅବତାର ସୃଷ୍ଟି । ଏହି ଭୋଗରେ ପଖାଳ, ଖଟା, ମିଠା, ପିଠା, ବିଭିନ୍ନ ପ୍ରକାର ତିଅଣ, ଅନ୍ନ ଆଦି ଅର୍ପଣ କରା ଯାଇଛି। ସନ୍ଧ୍ୟା ଧୂପ ପରେ ଏହି ନୀତି ଅନୁଷ୍ଠିତ ହୋଇଥିଲା । ଜନ୍ମାଷ୍ଟମୀର ପୂର୍ବଦିନ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଦେବୋତ୍ତର ବିଭାଗ ଅଧୀନ ଠାକୁରମାହାଲ କାର୍ଯାଳୟର କର୍ମଚାରୀ, ମନ୍ଦିର ସେବାୟତ ଓ ପୂଜକମାନେ ଏହି ନୀତିରେ ସହଯୋଗ କରିଥିଲେ। ଏହି ଉପଲକ୍ଷେ ରାତିରେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories