ସୁଆଣ୍ଡୋ: ପୁରୀ ଜିଲାର ସତ୍ୟବାଦୀ ବ୍ଲକ ଗବକୁଣ୍ଡଠାରେ ଥିବା ଜୟଦୂର୍ଗା ନୋଡାଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ ଅବସରରେ ଏକ ଜନ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଚଳିତ ମାସ ଏକ ତାରିଖ ଠାରୁ ପନ୍ଦର ତାରିଖ ପର୍ୟ୍ୟନ୍ତ ସ୍ୱଚ୍ଛ ଭାରତ ମିଶନ ବିଦ୍ୟାଳୟରେ ପାଳନ କରାଯିବ। ବିଦ୍ୟାଳୟ ପରିସର ଠାରୁ ଆରମ୍ଭ କରି ହାଟ ବଜାର, ଗ୍ରାମ ଗୁଡିକ ସଫାସୁତରା ରଖିବା ସମ୍ପର୍କରେ ଛାତ୍ରଛାତ୍ରୀମାନେ ସଚେତନତା ବାର୍ତ୍ତାର ସ୍ଲୋଗାନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା କୁମାରୀ ଦେବୀ, ଆଲୋକ କୁମାର ମିଶ୍ର, ଖେଳଶିକ୍ଷକ ସୁରେଶ କୁମାର ସ୍ବାଇଁ ପ୍ରମୁଖଙ୍କ ତତ୍ୱାବଧାନରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜନସାଧାରଣ ଏହି କାର୍ୟ୍ୟକ୍ରମକୁ ପ୍ରଶଂସା କରୁଥିବାର ଜଣାପଡିଛି ।
Popular Categories



