www.samajalive.in
Monday, December 8, 2025
24.1 C
Bhubaneswar

୩ ବାଇକ ମୁହାଁ ମୁହିଁ, ସଂସ୍କୃତ ଶିକ୍ଷକ ଗୁରୁତର

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ ଉଚ୍ଚ ବିଦ୍ୟାଳୟ ପାଖ ହାଟ ଛକ ଠାରେ ରବିବାର ଏକ ସଡକ ଦୁର୍ଘଟଣା ଘଟିଛି । ଗୋଟିଏ ପଟୁ ଆସୁଥିବା ବାଇକ ସହ ଅନ୍ୟପଟୁ ଆସୁଥିବା ଦୁଇ ବାଇକର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣେ ସଂସ୍କୃତ ଶିକ୍ଷକ ଗୁରୁତର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ତେଲକୋଇ ବାଳିକା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଚିତ୍ତରଞ୍ଜନ ପଟ୍ଟନାୟକ(୪୫) ଏବଂ ତାଙ୍କ ସ୍ତ୍ରୀ ସତିଷ୍ନା ପଟ୍ଟନାୟକ(୪୦) ପାଣି ଆଣିବା ପାଇଁ ହାଟ ଛକ ନିକଟ ନଳକୂପକୁ ଯାଉଥିଲେ। ଏହି ସମୟ ରେ ତେଲକୋଇ ଆଡୁ ଦୃତଗତି ରେ ଯାଉଥିବା ଏକ ମୋଟରସାଇକେଲ ତାଙ୍କୁ ଧକ୍କା ଦେଇ ଛାମୁଣ୍ଡା ଆଡେ ଚାଲିଯାଇଥିଲା । ଧକ୍କାରେ ଶ୍ରୀମତୀ ପଟ୍ଟନାୟକ ଗାଡିରୁ ଛିଟିକି ପଡିଥିବା ବେଳେ ଶ୍ରୀ ପଟ୍ଟନାୟକ କୌଣସି ପ୍ରକାରରେ ବାଇକ କୁ ସମ୍ଭାଳିବା ଚେଷ୍ଟା କରୁଥିବା ସମୟରେ ତେଲକୋଇ ଆଡୁ ଦୃତଗତି ରେ ଆସୁଥିବା ଅନ୍ୟ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ପ୍ରଥମ ଧକ୍କାରେ ଶ୍ରୀମତୀ ପଟ୍ଟନାୟକ ଆହତ ହୋଇଥିବା ବେଳେ ଦ୍ବିତୀୟ ଧକ୍କା ରେ ଶ୍ରୀ ପଟ୍ଟନାୟକ ଗୁରୁତର ହୋଇପଡିଥିଲେ ଏବଂ ଅନ୍ୟ ବାଇକରେ ଥିବା ଯୁବକ ମୋହନ କୁମାର ନାୟକ ସାମାନ୍ୟ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସମସ୍ତଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସହ କାନ୍ଧରେ ଶକ୍ତ ଆଘାତ ଲାଗି ତାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories