www.samajalive.in
Monday, December 8, 2025
16.1 C
Bhubaneswar

ବାଙ୍କୀରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ବାଙ୍କୀ: ବାଙ୍କୀ ଆଥେଲେଟିକ ଆସୋସିଏସନ୍‍ ପକ୍ଷରୁ ରବିବାର ରାଣୀଶୁକଦେଇ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। କୋଭିଡ କଟକଣା ସହିତ ନିରାଡ଼ମ୍ବର ଭାବରେ ଅନୁଷ୍ଠାନର ଉପସଭାପତି ବିବେକାନନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ସଂଚାଳିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅରୁଣ କୁମାର ବେହେରା ପ୍ରଦୀପ ପ୍ରଜ୍ଜ୍ଵଳନ କରି ଜାତୀୟ କ୍ରୀଡା ଉତ୍ସବକୁ ଉଦ୍ଦ୍‍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ରାଷ୍ଟ୍ରୀୟ ଯୁବ ପୁରସ୍କାର ପ୍ରାପ୍ତ ସମାଜସବେୀ କେଶବ ଚନ୍ଦ୍ର ବେହେରା, ପ୍ରେସ୍‍ କ୍ଲବ ସଭାପତି ବଳଭଦ୍ର ପଣ୍ଡା, ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ହକି ତାରକା ଧାନଚାନ୍ଦ ଙ୍କ ଜନ୍ମଦିବସକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରିବାର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରି ଉପସ୍ଥିତ କ୍ରୀଡା ମାନଙ୍କୁ ଦିବସର ଅନୁଚିନ୍ତା ପ୍ରଦାନ କରିଥିଲେ। ଆଥେଲେଟିକ ଆସୋସିଏସନର ସମ୍ପାଦକ ଓକିଲ ସନ୍ତୋଷ କୁମାର ରଣା ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ। ଅଧ୍ୟାପକ ମନୋଜ କୁମାର ମହାପାତ୍ର, ସୈାମେନ୍ଦ୍ର ମିଶ୍ର, କ୍ରୀଡା ଶିକ୍ଷକ ରବିନାରାୟଣ ପ୍ରଧାନ, କୃପାସିନ୍ଧୁ ପ୍ରଧାନ, ଜିତେନ୍ଦ୍ର ଦେଓ, ନିରଞ୍ଜନ ସାହୁ, ନିରଞ୍ଜନ ମହାନ୍ତି, ଦିଲ୍ଲିପ କୁମାର ସାହୁ, ମୀନକେତନ ପଣ୍ଡା ପ୍ରମୁଖ ବହୁ ବରିଷ୍ଠ ସଦସ୍ୟ ଓ କ୍ରୀଡାବିତ୍‍ ଯୋଗଦେଇ ଜାତୀୟ କ୍ରୀଡା ଦିବସକୁ ପାଳନ କରିଛନ୍ତି। ପୂର୍ବତନ ସମ୍ପାଦକ ବୃନ୍ଦାବନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories