www.samajalive.in
Sunday, December 7, 2025
23.1 C
Bhubaneswar

ସଞ୍ଜୟ ଦତ୍ତ ହେବେ ଆଣ୍ଟି ଡ୍ରଗ୍‍ କ୍ୟାମ୍ପେନ୍‍ର ବ୍ରାଣ୍ଡ୍‍ ଆମ୍ବାସଡର୍‍

ନୂଆଦିଲ୍ଲୀ : ପୂର୍ବେ ନିଜେ ନିଶାସକ୍ତ ରହୁଥିବା ଅଭିନେତା ସଞ୍ଜୟ ଦତ୍ତ ଖୁବ୍‍ ଶୀଘ୍ର ଉତ୍ତରାଖଣ୍ଡରେ ହେବାକୁ ଥିବା ଆଣ୍ଟି ଡ୍ରଗ୍‍ କ୍ୟାମ୍ପେନ୍‍ ପାଇଁ ବିଜ୍ଞାପନ କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂହ ରାୱତ୍‍ କହିଛନ୍ତି ଯେ ସଞ୍ଜୟ ଏହି କ୍ୟାମ୍ପେନ୍‍ରେ ବ୍ରାଣ୍ଡ୍‍ ଆମ୍ବାସଡ଼ର୍‍ ର ଭୂମିକା ତୁଲାଇବା ପାଇଁ ରାଜି ହୋଇଛନ୍ତି। ରାୱତ୍‍ଙ୍କ ସୂଚନା ଅନୁସାରେ, ବଲିଉଡ଼୍‍ ଅଭିନେତା ସଞ୍ଜୟ ଦତ୍ତ କହିଛନ୍ତି ଯେ ସେ ନିଜେ ନିଶାଦ୍ରବ୍ୟ(ଡ୍ରଗ୍ସ) ସେବନ କରି ଜୀବନରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେଣୁ ସେ ଏହି କ୍ୟାମ୍ପେନରେ୍‍ ନିଶ୍ଚିତ ଭାଗ ନେବାକୁ ଚାହିଁବେ।

ଖବର ମୁତାବକ ସଞ୍ଜୟ ଦତ୍ତ ବହୁତ ଦିନ ପର୍ଯ୍ୟନ୍ତ ଡ୍ରଗ୍ସ ସେବନ କରିଆସୁୁଥିଲେ। ପରେ ସେ ଏହି ଅଭ୍ୟାସ ତ୍ୟାଗ କରିବାର ସଙ୍କଳ୍ପ ନେଇଥିଲେ ଓ ଏଥିରେ ତାଙ୍କ ପିତା ସୁନିଲ୍‍ ଦତ୍ତ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ସୁନିଲ୍‍ ଦତ୍ତ ସଞ୍ଜୟଙ୍କୁ ଆମେରିକାର ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସଞ୍ଜୟଙ୍କର ଏହି ଅଭ୍ୟାସ ଓ ନିଶା ତ୍ୟାଗ କରିବାର କାହାଣୀକୁ ତାଙ୍କ ବାୟୋପିକ୍‍ ‘ସଞ୍ଜୁ’ ରେ ପ୍ରାଧାନ୍ୟତା ଦିଆଯାଇ ଦର୍ଶାଯାଇଛି। ଏହାଛଡ଼ା ସଞ୍ଜୟ ଦତ୍ତ ନିଜେ ମଧ୍ୟ ବହୁତ ଥର ଏହି ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି।

- Advertisement -

ଖୁବ୍‍ ଶୀଘ୍ର ସଞ୍ଜୟଙ୍କୁ ଚଳଚ୍ଚିତ୍ର ‘ତୋର୍‍ବାଜ’, ‘ପ୍ରସ୍ଥାନମ୍‍’ ଓ ‘କଳଙ୍କ’ ରେ ଦେଖିବାକୁ ମିଳିବ। ଏହାପୂର୍ବରୁ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଭୂମି’ରେ ସେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ହେଲେ ଏହି ଚଳଚ୍ଚିତ୍ର ବକ୍ସ ଅଫିସ୍‍ରେ କିଛି ଖାସ୍‍ କମାଲ ଦେଖାଇ ପାରିନଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories