www.samajalive.in
Thursday, December 11, 2025
16.1 C
Bhubaneswar

ଇ-ଯାନ କ୍ରୟ ଉପରେ ରିଆତି ଘୋଷଣା କଲେ ସରକାର

ରାଜ୍ୟ ସରକାର ଇ-ଯାନ କ୍ରୟ ଉପରେ ରିଆତି ଘୋଷଣା କରିଛନ୍ତି। ଏଣିକି ଇ-ଯାନ କିଣିଲେ ଆକର୍ଷଣୀୟ ରିଆତି ମିଳିବ। ସରକାରଙ୍କର ଇ-ଯାନ ନୀତି ପ୍ରଦୂଷଣ ରୋକିବାରେ ସହାୟକ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେ​​‌ହେରା କହିଛନ୍ତି। ଗତକାଲି ରାଜ୍ୟ କ୍ୟାବିନେଟ, ଇ-ଯାନ ନୀତିକୁ ଅନୁମୋଦନ କରିଛି। ପ୍ରଦୂଷଣ ରୋକିବା ଓ ଇ-ଯାନ ବ୍ୟବହାର ନେଇ ଲୋକମାନଙ୍କ ମଧ୍ୟରେ ସେଚେତନତା ବଢାଇବା ପାଇଁ ରାଜ୍ୟ ସରକାର ଆଜି ଏହି ରିଆତି ଘୋଷଣା କରିଛନ୍ତି।
ଗ୍ରାହକମାନଙ୍କ ଦୁଇ ଚକିଆ ଇ-ଯାନ କିଣିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିଆତି ମିଳିବ। ସେହିଭଳି ୩ ଚକିଆ ଇ-ଯାନ ପାଇଁ ୧୦ ହଜାର ଓ ୪ ଚକିଆ ଇ-ଯାନ ଉପରେ  ୫୦ ହଜାର ଟଙ୍କାର ରିଆତି ଘୋଷଣା କରାଯାଇଛି। ଏହା ସହିତ ନନ୍ ଏସି ଇ-ବସ୍  ଉପରେ  ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କାର ରିଆତି ଘୋଷଣା କରାଯାଇ ଥିବାବେଳେ ଏସି ଡିଲକ୍ସ ଇ-ବସ୍ ଉପରେ ୪ ଲକ୍ଷ ଟଙ୍କାର ରିଆତି ମିଳିବ।

 

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories