www.samajalive.in
Saturday, December 13, 2025
26.1 C
Bhubaneswar

ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଲାପଟପ ପ୍ରଦାନ

ବୌଦ୍ଧ: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ମଞ୍ଜୁର ହୋଇଥିବା ସ୍ୱତନ୍ତ୍ର ଲାପଟପକୁ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ କରକମଳରେ ପ୍ରଦାନ କରାଯାଇଛି। ଯୁକ୍ତତିନି ଏବଂ ତଦୁର୍ଦ୍ଧ ଶ୍ରେଣୀରେ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟୟନରତ ୪ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉଚ୍ଚଶିକ୍ଷାରେ ଉନ୍ନତି ଓ ସହାୟତା ନିମନ୍ତେ ଏହି ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଏହି ଲାପଟପ ପ୍ରଦାନ କରାଯାଇଛି।

ଭୈରବୀ ମହାବିଦ୍ୟାଳୟ ପୁରୁଣାକଟକର ଛାତ୍ରୀ ସୁନନ୍ଦା କାଲଟା, ରମାଦେବୀ ମହାବିଦ୍ୟାଳୟ ଭୁବନେଶ୍ୱରରେ ଅଧ୍ୟୟନରତ ବୌଦ୍ଧଜିଲା ହରଭଙ୍ଗାର ଛାତ୍ରୀ ମଧୁସ୍ମିତା ମଲ୍ଲିକ, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଛାତ୍ରୀ ସୁଚିତ୍ରା ପ୍ରଧାନ ଓ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନରତ କଣ୍ଟାମାଳ ଟୁରିଦେଉଳର ଛାତ୍ର ଶଙ୍କର୍ଷଣ ବାଘଙ୍କୁ ଏହି ଲାପଟପ ପ୍ରଦାନ କରାଯାଇଥିଲା। ପ୍ରକାଶଥାଉକି ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷାରେ ଉନ୍ନତି ଏବଂ ପ୍ରୋତ୍ସାହନ ପାଇଁ ସାମଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୧୩-୧୪ ମସିହାରେ ଉକ୍ତ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଅଦ୍ୟାବଧି ବୌଦ୍ଧଜିଲାର ମୋଟ ୧୪ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଏହି ଯୋଜନାରେ ମାଗଣା ଲାପଟପ ପାଇସାରିଥିବା ସୂଚନା ଦିଆଯାଇଥିଲା।

- Advertisement -

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲାପାଳ ଅଶ୍ୱନୀ କୁମାର ମେହେର, ଡା. ବିକେଆରସି ହେମ୍ବ୍ରମ, ଅତିରିକ୍ତ ଜିଲା ପୋଲିସ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ, ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ, ଜିଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ଜିଲା ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories