www.samajalive.in
Saturday, December 6, 2025
26.1 C
Bhubaneswar

ଆକାଶବାଣୀର ପୂର୍ବତନ ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକଙ୍କ ପରଲୋକ

ଆକାଶବାଣୀର ପୂର୍ବତନ ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକଙ୍କ ଗୁରୁବାର ସନ୍ଧ୍ୟାରେ ୬୯ ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ବେତାର ପ୍ରଶାସକ ଓ ପ୍ରସାରକ ରୂପେ ସେ ଶ୍ରୋତା ମହଲରେ ବେଶ୍ ଲୋକପ୍ରିୟ ଥିଲେ। କ୍ରୀଡା ପ୍ରସାରକ ଭାବେ ପରିଚିତ ସ୍ବର୍ଗତ ସୁରେଶ କ୍ରୀଡା କାର୍ଯ୍ୟକ୍ରମର ଦକ୍ଷ ପ୍ରଯୋଜନା ସହ ଅଲିମ୍ପିକ୍ସ, ଏସିଆନ ଗେମ୍ସ, ରାଜ୍ୟ ଗୋଷ୍ଠୀ କ୍ରୀଡା ଓ ଜାତୀୟ କ୍ରୀଡା ପ୍ରତିଯୋଗିତା ସମେତ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାରେ ଧାରା ବିବରଣୀ ପ୍ରଯୋଜନା କ୍ଷେତ୍ରରେ ବେଶ ସଫଳତା ହାସଲ କରିଥିଲେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ସ୍ବର୍ଗତ ନାୟକ ଆକାଶବାଣୀ କଟକ, ଉତ୍ତର-ପୂର୍ବାଂଚଳ ରାଜ୍ୟରେ ଥିବା ଆକାଶବାଣୀ କେନ୍ଦ୍ର ଏବଂ ନୂଆଦିଲ୍ଲୀରେ କାର୍ଯ୍ୟ କରିବା ସହ ଅନେକ ଥର ଆକାଶବାଣୀ ଓ ଦୂରଦର୍ଶନ କାର୍ଯ୍ୟକ୍ରମ କର୍ମଚାରୀ ସଂଘର ସର୍ବଭାରତୀୟ ସଭାପତି ନିର୍ବାଚିତ ହୋଇଥିଲେ।

ଅନେକ ରୂପକ ଓ ନାଟକର ପ୍ରଯୋଜକ ରୂପେ ସେ ଜଣେ ପରିଚିତ ବ୍ୟକ୍ତିତ୍ୱର ଅଧିକାରୀ ଭାବେ ପ୍ରଶଂସିତ ହୋଇଥିଲେ। ତାଙ୍କ ଦ୍ୱାରା ପ୍ରଯୋଜିତ ରୂପକ ସର୍ବଭାରତୀୟ ପ୍ରତିଯୋଗୀତାରେ ପ୍ରଶସ୍ତି ପତ୍ର ଲାଭ କରିଥିଲା। ଅବସର ପରେ ସେ ଭୁବନେଶ୍ୱରର କାନନ ବିହାର ଠାରେ ଅବସ୍ଥାନ କରୁଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ଦୁଇ ଝିଅ ଓ ଜ୍ୱାଇଁ ଉପସ୍ଥିତ ଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories