www.samajalive.in
Sunday, December 14, 2025
26.1 C
Bhubaneswar

କାନ ନାହିଁ ବାଳକ କାହ୍ନାର, ଚିକିତ୍ସାରେ ଅର୍ଥ ସାଜିଛି ଵାଧକ

ରେଙ୍ଗାଲିକେମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ପଞ୍ଚାୟତ ପରମାଣପୁର ଗ୍ରାମ ତୁରୀପଡାରେ ରହୁଥିବା ଗାନ୍ଧୀ ଭୁଏଙ୍କ ୭ ବର୍ଷର ପୁଅ କାହ୍ନା ଜନ୍ମରୁ ଡାହାଣ କାନ ନଥିଵାରୁ ଭଲ ଭାବେ ଶୁଣି ପାରୁ ନାହିଁ। ମୁହଁର ଵାମ ପାର୍ଶ୍ୱ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଁ ପାଉଛି। ଆଖିରୁ ନିୟମିତ ପାଣି ବାହାରୁଛି। ଏହାର ଚିକିତ୍ସା କରା ନଗଲେ ଆଗକୁ ଆହୁରି ଆସୁଵିଧା ହେଵ ଵୋଲି ଭୁବନେଶ୍ୱର ଏମ୍ଏସ୍‌ର ଡାକ୍ଟର କହିଛନ୍ତି। ଅସ୍ତ୍ରୋପଚାର ପାଇଁ ୪ ଲକ୍ଷ ୮୦ ହଜାର ଟଙ୍କା ଲାଗିବ ଵୋଲି ବୁର୍ଲାର ଡାକ୍ତର କହିଛନ୍ତି। ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିଵା ଗାନ୍ଧୀଙ୍କ ପକ୍ଷେ ଏତେଗୁଡାଏ ଟଙ୍କା ଯୋଗାଡ କରିଵା ଅସମ୍ଭବ ହୋଇ ପଡିଛି। କାହ୍ନlର ବାପା କହିଛନ୍ତି, ପୁଅ କାହ୍ନାର ଜନ୍ମରୁ ଗୋଟିଏ କାନ ନ‌ ଥିଲା। ଅଙ୍ଗନୱାଡି କେନ୍ଦ୍ରରେ ପଢୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁସନ୍ଧାନ ପରେ ଉଚ୍ଚତର ଚିକିତ୍ସା ପାଇଁ ଭୀମସାରକୁ ପଠାଇଥିଲେ। କିନ୍ତୁ ବୁର୍ଲାରେ ଏହାର ଚିକିତ୍ସା ସୁବିଧା ନ ଥିବାରୁ ବୁର୍ଲା ଡାକ୍ତରମାନେ ଭୁବନେଶ୍ୱର ଏମ୍‌ସକୁ ଯିବା ପାଇଁ ପରାମର୍ଶ କରିଥିଲେ। ତେଣୁ ଗତବର୍ଷ ୨୦୧୯ ସେପ୍ଟେମ୍ବର ମାସ ୨୮ ତାରିଖ ଦିନ ସେ ବାଧ୍ୟ ହୋଇ ଏମ୍‌ସରେ ଦେଖାଇଥିଲେ। ସେଠାରେ ଅସ୍ତ୍ରୋପଚାର ଖର୍ଚ୍ଚ ବାବଦକୁ ୪ ଲକ୍ଷ ୮୦ ହଜାର ଟଙ୍କା ଲାଗିବ ବୋଲି ଅଟକଳ କରିଛନ୍ତି।

ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନାରେ କାହ୍ନାକୁ ସାମିଲ କରା ଯାଇଥିଲେ ହେଁ ଆର୍ଥିକ ସହାୟତା ପାଇଁ ବରଗଡ଼ ଧାଇଁ ଧାଇଁ ଦୁଇ ବର୍ଷ ହୋଇ ଯାଇ ଥିଲେ ମଧ୍ୟ ଗାନ୍ଧୀଙ୍କୁ ନିରାଶ ହେବାକୁ ପଡ଼ିଛି। ତୁରନ୍ତ ଏହି ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସମାଜ ସେବୀ ଆଶିଷ ଜ୍ୟୋତିଷ ଟୁଇଟ କରି ସରକାରଙ୍କୁ ନିବେଦନ କରିଛନ୍ତି। ତେବେ ଦେଖାଯାଉ କେବେ କାହ୍ନା ଉପରେ ସରକାରଙ୍କ ଦୃଷ୍ଟି ପଡୁଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories