www.samajalive.in
Friday, December 12, 2025
16.1 C
Bhubaneswar

ପିପିଲିରେ ମଦ ବିରୋଧି ଆନ୍ଦୋଳନ:ନୂତନ ଦେଶୀ ମଦ ଦୋକାନକୁ ସ୍ଥାନାନ୍ତର ଦାବିରେ ଦଳିତ ମହାସଂଘର ଧାରଣା

ପିପିଲି:ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଅକ୍‍ଟ୍ରାଇ ଛକ ନିକଟରେ ରାସ୍ତା କଡରେ ସର୍ବସାଧାରଣ ସ୍ଥାନରେ ଖୋଲାଯାଇଥିବା ଏକ ଠିପି ଖୋଲା ଦେଶୀ ମଦ ଦୋକାନକୁ ସ୍ଥାନାନ୍ତର କରିବା ଦାବିରେ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ଗୁରୁବାର ଦିନ ସାଢେ ୩ଘଣ୍ଟା କାଳ ଧାରଣା ଦିଆଯାଇଥିଲା। ଏ ସଂପର୍କିତ ଏକ ଦାବିପତ୍ରକୁ ପିପିଲି ଆଇଆଇସିଙ୍କ ଜରିଆରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ବେଳେ ୭ଦିନ ମଧ୍ୟରେ ମଦ ଦୋକାନକୁ ସ୍ଥାନାନ୍ତର କରାନଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଚେତାବନୀ ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାଇ, ପିପିଲି ପୌରାଞ୍ଚଳର ଅକ୍‍ଟ୍ରାଇ ଛକ ନିକଟରେ ପିପିଲି-ଜଟଣୀ ମୁଖ୍ୟରାସ୍ତା ପାଶ୍ୱର୍ ଠାରୁ ମାତ୍ର ୩୦ମିଟର ବ୍ୟବଧାନ ମଧ୍ୟରେ ଏକ ନୂତନ ଠିପି ଖୋଲା ଦେଶୀ ମଦ ଦୋକାନ ଖୋଲାଯାଇଛି। ଉକ୍ତ ମଦ ଦୋକାନର ଅତି ନିକଟରେ ଡାକ୍ତରଙ୍କ କ୍ଲିନିକ୍‍, ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଆଦି ରହିଥିବା ବେଳେ ଏହା ସରକାରଙ୍କର ସମସ୍ତ ଗାଇଡ୍‍ଲାଇନକୁ ଖୋଲାଖୋଲି ଭାବେ ଉଲଂଘନ କରୁଥିବା ସଂପର୍କରେ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଗୁରୁତର ଅଭିଯୋଗ କରିଛନ୍ତି। ମଦ ଦୋକାନକୁ ସେଠାରୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଶ୍ରୀସେଠୀଙ୍କ ନେତୃତ୍ୱରେ ମହାସଂଘର ଶତାଧିକ ମହିଳା ଓ ନାରୀନେତ୍ରୀମାନେ ଆଜି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢେ ୨ଟା ପର୍ଯ୍ୟନ୍ତ ଉକ୍ତ ମଦ ଦୋକାନ ସମ୍ମୁଖ ରାସ୍ତା କଡରେ ଗଣଧାରଣାରେ ବସିଥିଲେ। ପିପିଲି ଆଇଆଇସି ଅଭିମନ୍ୟୁ ନାୟକ ସେଠାରେ ପହଞ୍ôଚ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ମହାସଂଘ ପକ୍ଷରୁ ଏ ସଂପର୍କିତ ଏକ ଦାବିପତ୍ରକୁ ଆଇଆଇସିଙ୍କ ଜରିଆରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ୭ ଦିନ ମଧ୍ୟରେ ଉକ୍ତ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରାନଗଲେ ଜୋରଦାର ଆନ୍ଦୋଳନ କରାଯିବ ଓ ଯାହା ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀସେଠୀ ଚେତାବନୀ ଦେଇଛନ୍ତି। ଏହି ଗଣଧାରଣାରେ ମହାସଂଘର ମହିଳା ମୋର୍ଚ୍ଚାର ରାଜ୍ୟ ସଂପାଦିକା ସୋନିଲତା ସେଠୀ, ନାରୀନେତ୍ରୀ ସୁଜାତା ଭୋଇ, ମିନାକ୍ଷୀ ସେଠୀ, ପ୍ରଭାତୀ ମଲ୍ଲିକ, ସବିତା ନାୟକ, ଦଳିତ ନେତା ପ୍ରକାଶ ଭୋଇ, ଶରତ ବେହେରା, ରବିନ୍ଦ୍ର ସେଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories