କଲମପୁର: ଦେଶ ବିକିବା ବନ୍ଦ କର, ବେରୋଜଗାରୀଙ୍କୁ ରୋଜଗାର ଯୋଗାଇ ଦିଅ, କେନ୍ଦ୍ର ସରକାର ହାଏ ହାଏ, ନରେନ୍ଦ୍ର ମୋଦି ଛି ଛି ଆଦି କଂଗ୍ରେସର ସ୍ଲୋଗନରେ କମ୍ପି ଉଠିଥିଲା କଲମପୁର। କଲମପୁର ବ୍ଲକ ଯୁବ କଂଗ୍ରେସ ସଭାପତି ମାଧବ ସୁନାନୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକତ୍ରିତ ହେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ସମ୍ପତିକୁ ଘରୋଇ କରଣ କରାଯାଉଥିବାରୁ ବିରୋଧ କରିଛନ୍ତି। ଏହାସହ ଏଭଳି ନିତୀକୁ ବନ୍ଦ କରିବା ପାଇଁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ବି.ଡି.ଓଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ସ୍ଥାନୀୟ ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଖାଲି ଥିବା ଅଧ୍ୟାପକ ପଦବୀ ପୁରଣ ସହ କଲମପୁର ଠାରେ ଏକ ପୁଲିସ ଥାନା ପ୍ରତିଷ୍ଠା ନେଇ ବ୍ଲକ କଂଗ୍ରେସ ତରଫରୁ ଦାବି କରାଯାଇଛି।
ଶ୍ରୀମାନ ସୁନାନୀଙ୍କ ନେତୃତ୍ୱରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ପହଂଚି ଥିଲେ। ଶ୍ରୀମାନ ସୁନାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ବରିଷ୍ଠ କଂଗ୍ରେସ ନେତା ଦିଗାମ୍ବର ଦୁରିଆ କେନ୍ଦ୍ର ସରକାର ସମସ୍ତ ଜାତୀୟ ସମ୍ପତିକୁ ପୁଞ୍ଜିପତିଙ୍କ ନିକଟରେ ବିକ୍ରି କରି ଦେଉଥିବାରୁ ଲୋକେ ରୋଜଗାର ହରାଉଛନ୍ତି, ଏପରିକି ଆଗାମୀ ଦିନରେ ଗରିବ ଗରିବ ହେବ ଓ ଧନୀକଙ୍କ ଧନ ବୃଦ୍ଧି ହେଇ ·ଲିବ। ତେଣୁ ଏଭଳି ସମ୍ପତି ବିକା ନିତୀ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ। ସେହିଭଳି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଦରଦାମ ବୃଦ୍ଧି ଦ୍ୱାରା ଗରିବର ପଖାଳ କଂସାରେ ସିଧା ସଳଖ ମାଡ ହେଉଥିବା ଦର୍ଶାଇଥିଲେ। ଡାକେଶ୍ୱର ଲହଜଲ, କମଲ ତାଣ୍ଡି, ସନ୍ତୋଷ ପାଢୀ, ବିଘ୍ନରାଜ ପଣ୍ଡା, ଶୁସାନ୍ତ ବିହାରୀ, ପବିତ୍ର ବାଗ ପ୍ରମୁଖ କେନ୍ଦ୍ର ସରକାରଙ୍କ ଗରିବ ମାରଣ ନିତୀ, ଦରଦାମ ବୃଦ୍ଧି ଭଳି ପଦକ୍ଷେପକୁ ସମାଲୋଚନା କରିଥିଲେ। ଏକ ନେତୃମଣ୍ଡଳି ବି.ଡି.ଓ ପ୍ରଶନ୍ନ କୁମାର ପଟେଲଙ୍କୁ ସାକ୍ଷାତ କରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ।
ବି.ଦ୍ର – ଫଟୋ ପଠାଇଛି



