ନୂଆଦିଲ୍ଲୀ : ବିଶ୍ବର ୧ ନମ୍ବର ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ନେଇ ଦୃଢ ଆଶାବାଦୀ ରହିଛନ୍ତି। ଏସ୍ଏଲ-୩ ପୁରୁଷ ଏକକ ଓ ମିଶ୍ରିତ ବିଭାଗରେ ପ୍ରମୋଦ ଖେଳିବେ। ସେ ମିଶ୍ରିତ ବିଭାଗରେ ଏସ୍ଏଲ-୩ ଓ ଏସ୍ୟୁ -୫ରେ ପଲ୍ଲକ କୋହଲିଙ୍କ ସହିତ ଖେଳିବେ। ୩୩ ବର୍ଷୀୟ ପ୍ରମୋଦ ଏସୀୟ ଓ ବିଶ୍ବ ଚମ୍ପିଆନସିପ୍ରେ ଭଲ ପ୍ରଦର୍ଶନ କରି ପାରାଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।
ପାରାଲିମ୍ପିକ୍ସରେ ପ୍ରଥମ ଥର ପାଇଁ ପାରା ବ୍ୟାଡ୍ମିଣ୍ଟନ ସାମିଲ ହୋଇଛି । ଭାରତୀୟ ପାରା ବ୍ୟାଡ୍ମିଣ୍ଟନ ଦଳ ମୁଖ୍ୟତଃ ପ୍ରମୋଦଙ୍କ ଉପରେ ସ୍ବର୍ଣ୍ଣ ପଦକ ଆଶାରଖିଛି । ଭାରତୀୟ ବ୍ୟାଡ୍ମିଣ୍ଟନ ଦଳ ୨୭ରେ ଟୋକିଓ ଗସ୍ତ କରିବ। ପିଲାଦିନୁ ପୋଲିଓ ଆକ୍ରାନ୍ତ ହୋଇଥିବା ପ୍ରମୋଦ କହିଛନ୍ତି, ପାରାଲିମ୍ପିକ୍ସକୁ ଦୀର୍ଘ ବର୍ଷ ହେବ ଅପେକ୍ଷା କରିଛି । ଏବେ ଏହି ସମୟ ଆସି ପହଞ୍ଚିଛି। ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଏହା ପ୍ରକୃତ ସମୟ। ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ନେଇ ଦୃଢ ଆଶାବାଦୀ ରହିଛି । ଏହି ସୁଯୋଗକୁ ହାତଛଡ଼ା ନ କରିବାକୁ ଚେଷ୍ଟା କରିବି। ସାରା ଦେଶ ମୋ ଉପରେ ସ୍ବର୍ଣ୍ଣ ପଦକର ଆଶା ରଖିଛି । ସିଙ୍ଗଲ୍ସ ଓ ମିଶ୍ରିତ ବିଭାଗରେ ସ୍ବର୍ଣ୍ଣ ପଦକ ଜିତିବା ନେଇ ଲକ୍ଷ୍ୟ ରଖିଛି । ପ୍ରଥମ ପାରାଲିମ୍ପିକ୍ସ ବ୍ୟାଡ୍ମିଣ୍ଟନରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ମୋର ଲକ୍ଷ୍ୟ ବୋଲି ପ୍ରମୋଦ କହିଛନ୍ତି । ପ୍ରଥମ ଥର ପାଇଁ ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଛି । ନିଶ୍ଚିତ ଭାବେ ଚାପ ରହିଛି । ବିଶ୍ବ ଚମ୍ପିଆନସିପ୍ ଭଳି ବଡ ପ୍ରତିଯୋଗିତାରେ ଖେଳି ସଫଳତା ହାସଲ କରିବାର ଅଭିଜ୍ଞତା ରହିଛି । ଶ୍ରେଷ୍ଠ ପ୍ରଦର୍ଶନ କରିବା ଉପରେ ଗୁରୁତ୍ବ ଦେବି। ୨୦୨୦ ଏପ୍ରିଲରେ ଦୁବାଇ ପାରା ବ୍ୟାଡ଼ମିଣ୍ଟନରେ ସିଙ୍ଗଲ୍ସ ବିଭାଗରେ ଶେଷ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲି । ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବାକୁ ଲକ୍ଷ୍ୟ ରଖିଛି ବୋଲି ପ୍ରମୋଦ କହିଛନ୍ତି । ସେପ୍ଟେମ୍ବର ୧ରୁ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହେବ।
ଟୋକିଓରେ ସ୍ବର୍ଣ୍ଣ ଜିତିବାକୁ ଦୃଢ଼ ଆଶାବାଦୀ ପ୍ରମୋଦ
Popular Categories



