ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ଥାନା ପୁଲିସ ପାଟ୍ରୋଲିଂ କରିବା ସମୟରେ ପଟ୍ଟନାୟିକିଆ-ଡେଲାଙ୍ଗ ରାସ୍ତାରେ ବୁଧବାର ଏକ ଗୋରୁ ବୋଝେଇ ଗାଡି ଜବତ କରିଥିବା ଜଣାପଡିଛି । ଗୋଟିଏ ପିକ୍ ଅପ ଭ୍ୟାନରେ ନଅଟି ଅଣ୍ଡିରା ବାଛୁରୀ ଲଦା ହୋଇଥିଲେ। ପାଟ୍ରୋଲଂ ଗାଡିକୁ ଦେଖି ଗୋରୁ ବୋଝେଇ ଗାଡି ଡ୍ରାଇଭର ଦୃତ ଗତିରେ ପଳାଇଯିବା ଦେଖି ପୁଲିସ ପିଛା କରି ରାସ୍ତାରେ ଉକ୍ତ ଗାଡିଟିକୁ ଜବତ କରିଥିଲା। ପଟ୍ଟନାୟିକିଆ ଗୋବିନ୍ଦଜୀଉ ଗୋଶାଳାର ତତ୍ୱାବଧାରକ ମହେଶ୍ବର ପ୍ରଧାନଙ୍କ ଜିମାରେ ନଅଟି ଅଣ୍ଡିରା ବାଛୁରୀଙ୍କୁ ପୁଲିସ ହସ୍ତାନ୍ତର କରିଛି। ଚାଳକ ଅଟକ ଥିବା ବେଳେ ଗାଡ଼ିକୁ ପୁଲିସ ଜବତ କରିଛି ବୋଲି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କଠାରୁ ପ୍ରକାଶ।
Popular Categories



