www.samajalive.in
Saturday, December 13, 2025
26.1 C
Bhubaneswar

ଆଜିଠାରୁ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ

ଲିଡ୍‌ସ (ହେଡିଂଲି): ରୋଚକ ହେବାରେ ଲାଗିଛି ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଟେଷ୍ଟ ଶୃଙ୍ଖଳା। ବୁଧବାରଠାରୁ ହେଡିଂଲିର ଲିଡ୍‌ସ ଗ୍ରାଉଣ୍ଡରେ ଉଭୟ ଦଳଙ୍କ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଭାରତ ସୁବିଧାଜନକ ସ୍ଥିତିରେ ଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଥିଲା। ୨ୟ ଟେଷ୍ଟର ପ୍ରଥମ ୪ ଦିନ ଇଂଲଣ୍ଡ ଆଗରେ ରହିଥିବା ବେଳେ ୫ମ ଦିନ ଲଢ଼ୁଆ ଢଙ୍ଗରେ ଭାରତ ମ୍ୟାଚ୍‌କୁ ଫେରିଥିଲା ଏବଂ ବିପୁଳ ବିଜୟ ହାସଲ କରିଥିଲା। ୫ ଦିନରେ ଭାରତୀୟ ୪ ଜଣିଆ ପେସ୍ ବାହିନୀ ଅତ୍ୟନ୍ତ ମାରାତ୍ମକ ନଜର ଆସିଥିଲେ। ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାରେ ଭାରତ ଏବେ ୧-୦ରେ ଆଗୁଆ ରହିଛି।

୨୦୦୨ରେ ଶେଷଥର ପାଇଁ ଲିଡ୍‌ସ ପଡ଼ିଆରେ ଇଂଲଣ୍ଡ ଓ ଭାରତ ମଧ୍ୟ​ରେ ଟେଷ୍ଟ ମ୍ୟାଚ୍‌ ଖେଳା ଯାଇଥିଲା। ଏଥିରେ ସଚିନ ତେନ୍ଦୁଲକରଙ୍କ ୧୯୩, ରାହୁଲ ଦ୍ରାବିଡ଼ଙ୍କ ୧୪୮ ଓ ସୌରଭ ଗାଙ୍ଗୁଲିଙ୍କ ୧୨୮ ରନ୍ ବଳରେ ଭାରତ ଇନିଂସ ବିଜୟ ହାସଲ କରିଥିଲା। ଏବେ ଉପରୋକ୍ତ ୩ ମହାରଥୀଙ୍କ ପରି ବ୍ୟାଟ୍‌ସମ୍ୟାନ୍ ଭାରତୀୟ ଦଳରେ ନାହାନ୍ତି ସତ; ଏ​‌େ​‌ବ ଭାରତୀୟ ଦଳରେ ପେସ୍ ଆକ୍ରମଣ ଯେତେ ଶକ୍ତିଶାଳୀ ଅଛି; ୧୯ ବର୍ଷ ତଳେ ସେପରି ନଥିଲା। ଏହି କାରଣରୁ ୩ୟ ଟେଷ୍ଟରେ ଭାରତ ଜିତିବାର ସମ୍ଭାବନା ଅଧିକ। ୨୦୧୧, ୨୦୧୪ ଓ ୨୦୧୮ରେ ଇଂଲଣ୍ଡ ଗସ୍ତରେ ଭାରତ ୧ରୁ ଅଧିକ ଟେଷ୍ଟମ୍ୟାଚ୍ ଜିତି ପାରିନଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories