www.samajalive.in
Saturday, December 13, 2025
23.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ବିରୁଦ୍ଧରେ ଏତଲା ଦାଏର ସହ ଗିରଫ ପରୱାନା ଜାରି

ନାସିକ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ଆପତ୍ତିଜନ ମନ୍ତବ୍ୟ ଦେବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମହଙ୍ଗା ପଡିଛି। ତାଙ୍କ ବିରୁଦ୍ଧରେ ଏତଲା ଦାଏର କରାଯିବା ସହିତ ନାସିକ ପୁଲିସ ପକ୍ଷରୁ ରାଣେଙ୍କୁ ଗିରଫ କରିବାକୁ ପରୱାନା ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରର ରାଇଗଡ ଜିଲା ଅନ୍ତର୍ଗତ ମହାଦଠାରେ ଶ୍ରୀ ରାଣେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନହାନି କଲାଭଳି ମନ୍ତବ୍ୟ ଦେଇଥିଲେ। ସ୍ୱାଧୀନତା ଦିବସ ଅଭିଭାଷଣ ପାଇଁ ସେ ଉଦ୍ଧବଙ୍କୁ ଚାପୁଡା ମାରିଥାନ୍ତେ ବୋଲି ମଧ୍ୟ ରାଣେ କହିବାକୁ ପଛାଇ ନଥିଲେ। ତେବେ ଜଣେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଆପତ୍ତିଜନକ ମନ୍ତ୍ରବ୍ୟ ଦେବା ଘଟଣାକୁ ନେଇ ରାଣେଙ୍କ ବିରୁଦ୍ଧରେ ନାସିକ ସହରର ଶିବସେନା ମୁଖ୍ୟ ସୁଧାକର ବଡଗୁଜର ଏକ ମାମଲାର ଦାଏର କରିଥିଲେ। ଏହାପରେ ପୁଲିସ ଏହି ଘଟଣାରେ ନାରାୟଣ ରାଣେଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛି। ତେବେ ଏହି ବିବାଦ ଗୁରୁତର ରୂପ ନେବା ଆଶଙ୍କା କରାଯାଉଛି। ଶିବସେନାର ସମର୍ଥକମାନେ ଦଳର ପୂର୍ବତନ ମୁଖ୍ୟଙ୍କ ପ୍ରତି ଏଭଳି ଘଟଣାକୁ ନେଇ କ୍ଷୁବ୍ଧ ହେବା ସହିତ ରାଣେଙ୍କ ପୋଷ୍ଟର ଲଗାଇ ସେମାନଙ୍କର କ୍ରୋଧ ପ୍ରକାଶ କରିଛନ୍ତି। ନାସିକ ବ୍ୟତୀତ ପୁଣେ ସହରର ଚତୁର୍ଶୃଙ୍ଗୀ ଥାନାରେ ମଧ୍ୟ ରାଣେଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି। ଆଇପିସିର ଧାରା ୧୫୩ ଓ ୫୦୫ ବଳରେ ଏତଲାକୁ ଗ୍ରହଣ କରାଯାଇ ଏକ ମାମଲା ରୁଜ୍ଜୁ କରାଯାଇଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories