www.samajalive.in
Monday, December 8, 2025
24.1 C
Bhubaneswar

ଆଠଗଡ କଲେଜ ରୋଭର ଓ ରେଞ୍ଜର ପୁରସ୍କୃତ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜର ୨ଜଣ ରୋଭର ଓ ୫ଜଣ ରେଞ୍ଜର ରାଜ୍ୟସ୍ତରୀୟ ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ପୁରସ୍କୃତ ହୋଇଥିବା ଜଣାପଡିଛି । ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସଂସ୍ଥାର ମୁଖ୍ୟାଳୟ ପକ୍ଷରୁ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ଏକ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ଆଠଗଡ କଲେଜର ଏହି ରେଞ୍ଜର ଦିପି ସାହୁ, ଦିପ୍ତୀମୟୀ ସାମଲ, ସନ୍ଧ୍ୟାରାଣୀ ସାହୁ, ପ୍ରଣତି ପ୍ରଧାନ ଓ ମୋନାଲିସା ମନ୍ତ୍ରୀ ଏବଂ ୨ଜଣ ରୋଭର ଓ ବିଶ୍ୱଜିତ୍‍ ନାୟକ ଓ ରାକେଶ ସାହୁ ଏହି ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ରାଜ୍ୟପାଳ ପ୍ରମାଣପତ୍ର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। କଲେଜରେ ୨୧ତାରିଖ ଦିନ ସଦ୍‍ଭାବନା ଦିବସ ପାଳନ ଅବସରରେ ଅଧ୍ୟକ୍ଷ ଡକ୍ଟର ଲୋକନାଥ ସାହୁ ଏହି କୃତି ରୋଭର ଓ ରେଞ୍ଜରଙ୍କୁ ରାଜ୍ୟପାଳ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ରେଞ୍ଜର ଲିଡର ଅଧ୍ୟାପିକା ସୁରେଖା ଦାସ ଏହି କାର୍ଯ୍ୟକ୍ରମ ସଂଯୋଜନା କରିବା ସହ କୃତି ରୋଭର ଓ ରେଞ୍ଜରଙ୍କୁ ଅଭିନନ୍ଦନ ଜଣାଇଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories