ପାଟଣା : କେନ୍ଦୁଝର ଜିଲ୍ଲା ରାଜନଗର ସ୍ଥିତ ବୈତରଣୀର ଶୈବ୍ୟା କାବେରୀ ତୀର୍ଥ ଠାରେ ରବିବାର ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ ପକ୍ଷରୁ ଶ୍ରୀ ପାଦୁକା ସ୍ନାନପର୍ବ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଗହ୍ମା ପୂର୍ଣ୍ଣିମାରେ ଏଠାରେ ଆଧ୍ୟାତ୍ମିକ ପରିବେଶରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ପାଦୁକା ସ୍ନାନ ପର୍ବ ପାଳିତ ହୋଇଥାଏ। ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ନାମ ସଂକୀର୍ତ୍ତନ ସହ ଏଠାରେ ହୋମ ଯଜ୍ଞ କରାଯାଇଥାଏ । ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ ମାହାଙ୍ଗା ଓ ରାଜନଗର କେନ୍ଦ୍ର ଆନୁକୁଲ୍ୟରେ ସମଗ୍ର ମାନବ ସମାଜକୁ ଦିଗଦର୍ଶନ ଦେବା ଉଦ୍ଦେଶ୍ୟରେ ଏଠାରେ ପ୍ରତିବର୍ଷ ଗହ୍ମା ପୂର୍ଣ୍ଣିମାରେ ଏହି ପର୍ବ ପାଳିତ ହୋଇ ଆସୁଛି।
Popular Categories



