କଟକ : ନେପାଳର କାଠମାଣ୍ଡୁରେ ଆୟୋଜିତ ତଫିସା ଅନ୍ତର୍ଜାତୀୟ କ୍ରୀଡ଼ାରେ ଓଡ଼ିଶା ଖେଳାଳିମାନେ ୫ଟି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ୧୯ ବର୍ଷରୁ କମ ବାଳିକା ଡିସ୍କସ ଥ୍ରୋ ରେ ଅର୍ପିତା ପରିଡା ସ୍ବର୍ଣ୍ଣ, ୧୭ ବର୍ଷରୁ କମ୍ ବାଳିକା ଡିସ୍କସ ଥ୍ରୋରେ ଭେଦିକା ଲାଲ୍ ସ୍ବର୍ଣ୍ଣ, ଡିସ୍କସ୍ ଥ୍ରୋ ୧୭ ବର୍ଷରୁ କମ୍ ବାଳକ ବର୍ଗରେ ଆୟୁଷ ଆଚାର୍ଯ୍ୟ ସ୍ବର୍ଣ୍ଣ, ୧୪ ବର୍ଷରୁ କମ୍ ବାଳିକା ୧୦୦ମିଟର ଦୌଡ଼ରେ ସଲିପ୍ତା ରାଉତ ସ୍ବର୍ଣ୍ଣ, ୧୯ ବର୍ଷରୁ କମ୍ ବାଳକ ୯୦କିଗ୍ରା ବର୍ଗ ଭାରୋତ୍ତୋଳନରେ ତୁଷାର ତନୟ ସ୍ବାଇଁ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ସମସ୍ତ ଖେଳାଳି ରାଉରକେଲାର । ପ୍ରଶିକ୍ଷକ ଅଶୋକ ପ୍ରସାଦଙ୍କ ନେତୃତ୍ବରେ ଖେଳାଳିମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଭାରତରୁ ମୋଟ ୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
Popular Categories



