www.samajalive.in
Saturday, December 13, 2025
26.1 C
Bhubaneswar

ମଞ୍ଚେଶ୍ବର ‘ସମାଜ’ କ୍ୟାମ୍ପସରେ ନଡ଼ିଆ ଚାରା ରୋପଣ

ଭୁବନେଶ୍ବର : ମଞ୍ଚେଶ୍ବର ଶିଳ୍ପାଞ୍ଚଳ ସ୍ଥିତ ‘ସମାଜ’ର ନୂତନ କ୍ୟାମ୍ପସ ପରିସରରେ ଶନିବାର ନଡ଼ିଆ ଚାରା ରୋପଣ କରଯାଇଛି। ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଅତିଥିମାନେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ରାଉତ ନିଜେ ମଧ୍ୟ  ନଡ଼ିଆ ଚାରା ରୋପଣ କରିଥିଲେ। ଏଥିରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜକୁମାର ଚୋପ୍ରା, ରାଷ୍ଟ୍ରୀୟ  ସମ୍ପାଦକ ତଥା ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ଼. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ‘ସମାଜ’ର କାର୍ଯ୍ୟକାରୀ  ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ଯୁଗ୍ମ ପରିଚାଳକ ପ୍ରିୟବ୍ରତ ମହାନ୍ତି, ​କ୍ଷେତ୍ରିୟ​‌ ପୁଲିସ ଆୟୁକ୍ତ-୫ର ସଂଜିବ ଶତପଥୀ ପ୍ରମୁଖ ଯୋଗଦେଇ ଥିଲେ।

- Advertisement -

ସେହିପରି ‘ସମାଜ’ର ବିଜ୍ଞାପନ ପରିଚାଳକ ସଂଜୟ ମିଶ୍ର, ଆଇଟି ପରିଚାଳକ ପ୍ରଦୀପ କୁମାର ବେହେରା, ମାନବ ସମ୍ବଳ ଅଧିକରୀ କୃଷ୍ଣଚନ୍ଦ୍ର ସାହୁ, ‘ସମାଜ’ ଭୁବନେଶ୍ବର ବ୍ୟୁରୋ ମୁଖ୍ୟ ପ୍ରସନ୍ନ  କୁମାର ପତି, ଭୁବନେଶ୍ବର ଇନଚାର୍ଜ ଗୋପୀନାଥ ବାରିକ, ଭୁବନେଶ୍ବର ଶାଖା ପରିଚାଳକ ଭରତ ଚନ୍ଦ୍ର ଦାସଙ୍କ ସମେତ କଟକ ଓ ଭୁବନେଶ୍ବର ‘ସମାଜ’ କାର୍ଯ୍ୟାଳୟର ବହୁ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ।

ପାରାଦ୍ବୀପ ଫସପେଟ ଲିମିଟେଡର ମୁଖ୍ୟ ପରିଚାଳକ ସୁଧିର ରଂଜନ ମିଶ୍ର, ଟିପିସିଓଡିଏଲ ମୁଖ୍ୟ ପରିଚାଳକ ଗୌରୀ ମହାନ୍ତି, ନାଲକୋର ସାଧାରଣ ପରିଚାଳକ ଲଲାଟେନ୍ଦୁ ଦାସ, ଓକେସିଏଲର ପରିଚାଳନା ନିର୍ଦେଶକ ମନୋରଂଜନ ପୋଥାଳ, ସଂଜୟ ସାହୁ, ଶ୍ରୀଧର ଦାଶ, ଶରତ କର, ଆମ୍ରି ହସ୍ପିଟାଲର ଅଂଶୁୁମାନ ପଟ୍ଟନାୟକ, ଦାଶରଥୀ ନାୟକ, ଏସ.କେ ନୂର ହାସନ, ଭୋଳାନାଥ ମହାରଣା, ସଂଜୟ ବଳିଆର ସିଂ, ସରୋଜ ଦାସ ପ୍ରମୁଖ ବହୁ ଉତ୍ସାହୀ ଯୁବକ ଯୋଗଦେଇ ନଡ଼ିଆ ଚାରା ରୋପଣ କରିଥିଲେ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories