www.samajalive.in
Saturday, December 13, 2025
26.1 C
Bhubaneswar

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୫ ମୃତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ ଏକ ଅଘଟଣରେ ୫ ଜଣଙ୍କର ମୃତ୍ୟ ଘଟିଛି । ଏହି ଘଟଣାରେ ଜଣେ  ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।  ବ୍ଲକର ଦୁର୍ଗି  ଓ ଲାଞ୍ଜି ଗ୍ରାମରେ ମୃତକଙ୍କ ଘର।  ରବିବାର ସକାଳେ ପାଇଖାନା ଟାଙ୍କି ସଫା କରିବାକୁ ୨ ଜଣ ଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ପଡିଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ପୁଣି ୩ ଜଣ ଟାଙ୍କି ଭିତରକୁ ଯାଇଥିଲେ । ଫଳରେ ଟାଙ୍କି ମଧ୍ୟରେ ଶ୍ୱାସରୁଦ୍ଧ ହୋଇ ୫ ଜଣଙ୍କର ମୃତ୍ୟୁ ଘଟିଛି ।

ମୃତକମାନେ ହେଲେ ଦୁର୍ଗି  ଗ୍ରାମର ସୁର୍ଯ୍ୟ ନାରାୟଣ ପାତ୍ର, ବଂଶୀଧର ପାତ୍ର ଏବଂ ପୂର୍ଣ୍ଣ ଟାକିରୀ । ସେହିପରି ଅନ୍ୟ ୨ ଜଣ ହେଉଚନ୍ତି  ଲାଞ୍ଜି ଗ୍ରାମର ରଶ୍ମୀତା ଉଲାକା ଏବଂ  ବୈରାଗୀ କାଲାକା। ଦୁର୍ଗି ଗ୍ରାମର କାର୍ତ୍ତିକ ଗୈାଡଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories