www.samajalive.in
Saturday, December 13, 2025
26.1 C
Bhubaneswar

ଗୁପଚୁପ ଭିତରେ ନିର୍ବନ୍ଧ ମୁଦି

ନୂଆଦିଲ୍ଲୀ: ଗୁପଚୁପ / ଗୋଲଗପ୍ପା / ପାନିପୁରି/ ପୁଚକା ଏହିଭଳି କେତେ ନାମରେ ପରିଚିତ ଏହି ଖାଦ୍ୟ। ପିଲାଠାରୁ ବୟସ୍କଙ୍କ ଯାଏ ସମସ୍ତଙ୍କ ପାଟିରୁ ଲାଳ ବହିଯାଏ ଗୁପଚୁପ କଥା କହିଲେ। ସେଥିପାଇଁ ତ ଅନେକ ଭୋଜିର ଷ୍ଟାର୍ଟର ମେନୁରେ ଏବେ ଗୁପଚୁପ ପ୍ରମୁଖ ସ୍ଥାନ ନେଇଛି। ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଏହାର ଚାହିଦା ରହିଛି। କହିବାକୁ ଗଲେ କିଛି ଲୋକଙ୍କ ପାଇଁ ଏହା କୁଟୀର ଶିଳ୍ପରେ ପରିଣତ ହୋଇଛି। କେବଳ ଆମଦେଶ ନୁହେଁ, ପାକିସ୍ତାନ, ବାଂଲାଦେଶ ଆଦି ଅନେକ ରାଷ୍ଟ୍ରରେ ଏହା ଲୋକଙ୍କର ପ୍ରିୟ ଖାଦ୍ୟରେ ପରିଣତ ହୋଇଛି। ଗୁପଚୁପ ବିକ୍ରି ହେଉଥିବା ସ୍ଥାନରେ କେହି ଏକୁଟିଆ ଏହା ଖାଉଥିବା ଦେଖାଯାଏ ନାହିଁ। ପିଲାଠାରୁ ନେଇ ଯୁବପିଢି, ମଧ୍ୟବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ, ଗୁପଚୁପ ବିକାଳିଙ୍କୁ ଘେରି ରହିଥିବେ; ସେ ଜଣ ପରେ ଜଣକୁ ଦେଇ ଚାଲିଥିବ, ସେଥିରେ ଅଲଗା ଗୋଟାଏ ମଜା ରହିଛି। ସେହି ଗୁପଚୁପ ଏବେ ଦୁହିଁଙ୍କୁ ବିବାହ ବନ୍ଧନରେ ବାନ୍ଧିବାର ମୂଳ ସୂତ୍ର ହୋଇଛି। ଏହାର ଫଟୋ ଓ ଖବର ଏବେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ଓ ଚର୍ଚ୍ଚିତ ହେବାରେ ଲାଗିଛି।
ଟ୍ୱିଟରରେ ‘ମନ୍ଥଲି ଅନ୍ଦାଜ ଏ ଜାହାନ୍‍’ ନାମକ ଏକ ପେଜରେ ଏହିଭଳି ଏକ ଖବର ଓ ଫଟୋ ସ୍ଥାନ ପାଇଛି। ଜଣେ ଯୁବକ ତାଙ୍କର ଭବିଷ୍ୟତର ଜୀବନ ସାଥୀଙ୍କୁ ବିବାହ ନିମନ୍ତେ ନିର୍ବନ୍ଧ ମୁଦି ପିନ୍ଧାଇବାକୁ ଏକ ଭିନ୍ନ ଯୋଜନା କରିଥିଲେ। ଗୁପଚୁପ ଭିତରେ ନିର୍ବନ୍ଧ ମୁଦିକୁ ଲୁଚାଇ ସେ ଗୁପଚୁପ ସଜାହୋଇଥିବା ଥାଳିଟିକୁ ଯୁବତୀଙ୍କୁ ଯେତେବେଳେ ଉପହାର ଦେଲେ, ଯୁବତୀ ଜଣକ ପ୍ରଥମେ କିଛି ବୁଝିପାରିଲେ ନାହିଁ। ସେ ଗୋଟିଏ ପରେ ଗୋଟିଏ ଗୁପଚୁପ ଖାଇବା ଆରମ୍ଭ କରିବା ପରେ ଯେଉଁଥିରେ ମୁଦି ରଖାଯାଇଥିଲା, ତାହା ଖୋଲି ଦେଖିବାକୁ ଯୁବକ ଜଣକ ତାଙ୍କୁ ଅନୁରୋଧ କଲେ। ଯୁବତୀ ଜଣକ ତାହା ଖୋଲିବା ପରେ ଗୁପଚୁପ ମସଲା ଭିତରୁ ନିର୍ବନ୍ଧ ମୁଦି ଦେଖି ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ, ସେତିକି ଖୁସି ମଧ୍ୟ ହୋଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories