ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଓମଫେଡକୁ ଅତ୍ୟାବଶ୍ୟକ ସେବା ପରିସରଭୁକ୍ତ କରାଯାଇଛି। ଓମଫେଡ ଅତ୍ୟାବଶ୍ୟକ ଆଇନ ପରିସରଭୁକ୍ତ ହେବା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଓଡ଼ିଶା ଅତ୍ୟାବଶ୍ୟକ ସେବା ଆଇନ ଅନୁଯାୟୀ ଆନ୍ଦୋଳନ ମନା। ତେଣୁ ଏବେ କୌଣସି ଓମଫେଡ କର୍ମଚାରୀ ଆନ୍ଦୋଳନ କରି ପାରିବେ ନାହିଁ। ଓମଫେଡର ଚୁକ୍ତିଭିତ୍ତିକ କର୍ମଚାରୀ ମଧ୍ୟ ଆନ୍ଦୋଳନ କରି ପାରିବେ ନାହିଁ। ଦୁଗ୍ଧ ସଂଗ୍ରହଠାରୁ ବିକ୍ରି ପର୍ଯ୍ୟନ୍ତ ଚେନ୍ରେ ସମ୍ପୃକ୍ତ କେହି ବି ଆନ୍ଦୋଳନ କରିପାରିବେ ନାହିଁ। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ।
Popular Categories



