www.samajalive.in
Friday, December 12, 2025
27.1 C
Bhubaneswar

ମହିଳା କଲେଜ ଏନଏସଏସ ପକ୍ଷରୁ ଡେଙ୍ଗୁ ସଚେତନତା

ଆଠଗଡ: ଗୋପବନ୍ଧୁ ମହିଳା କନିଷ୍ଠ ମହାବିଦ୍ୟାଳୟର ଏନଏସଏସ ପକ୍ଷରୁ ଡେଙ୍ଗୁରୋଗ ସଂପର୍କୀତ ଏକ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ତିଗିରିଆସ୍ଥିତ ଆଦର୍ଶ ଗ୍ରାମୀଣ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ରର ଗବେଷକ ଡାକ୍ତର ଦେବଦତ୍ତ ସାହୁ ଓ ମୁଖ୍ୟବକ୍ତା ଭାବେ ଉକ୍ତ ଗବେଷଣା କେନ୍ଦ୍ର ଗବେଷକ ଡଃ ପୂଜାରିଣୀ ଦାଶ ଯୋଗଦେଇ ଡେଙ୍ଗୁରୋଗର କାରଣ, ଲକ୍ଷଣ ଓ ନିରାକରଣ ସଂପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ବିଶେଷକରି ବର୍ଷାଦିନେ ଡେଙ୍ଗୁରୋଗର ପ୍ରାର୍ଦୁଭାବ ଦେଖାଦେଉଥିବା ବେଳେ ଏହା ମାଈ ଏଡିସ୍‍ ମଶା କାମୁଡିବା ଦ୍ୱାରା ସଂକ୍ରମିତ ହୋଇଥାଏ ବୋଲି ଉଭୟ ଗବେଷକ ମତବ୍ୟକ୍ତ କରିଥିଲେ। ପୂର୍ବାପେକ୍ଷା ଏବେ ଡେଙ୍ଗୁ ଜ୍ୱର ଦିନକୁ ଦିନ ବୃଦ୍ଧି ପାଉଛି।

ମାନବ ସମାଜ ପ୍ରକୃତି ଓ ପରିବେଶ ଉପରେ ଅହେତୁକ ଅତ୍ୟାଚାର ଏହାର ମୁଖ୍ୟକାରଣ। ପରିବେଶ ସ୍ୱଚ୍ଛ ରଖିବା ସହ ପ୍ରକୃତିର ସୁରକ୍ଷା କରିବା, ନିଜ ଘର ଚତୁଃପାର୍ଶ୍ବରେ କୌଣସି ସ୍ଥାନରେ ବା ପାତ୍ରରେ ପାଣି ଜମାଟ ବାନ୍ଧି ରଖିବାକୁ ନଦେବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଉପରେ ଦୁଇ ଅତିଥି ଗୁରୁତ୍ୱାରୋପ କରିଥିଲେ। ଏନଏସଏସ ଯୋଜନା ଅଧିକାରୀ ନିର୍ଯ୍ୟାସୀ ବଳବନ୍ତରାୟ ସ୍ୱାଗ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅଧ୍ୟାପିକା ସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ଅଧ୍ୟାପିକ ପ୍ରମୋଦିନି ଜେନା, ସ୍ନେହଲତା ତ୍ରିପାଠୀ, ପୁଷ୍ପମଞ୍ଜରୀ ଦାସ, ଗାୟତ୍ରୀ ଶତପଥୀ ଓ କଲେଜ କର୍ମଚାରୀ ଜିତେନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories