www.samajalive.in
Saturday, December 13, 2025
26.1 C
Bhubaneswar

ସାହାରପଡାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଭାଲିଆଡିହା ଠାରେ ଆଜି କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ଓ ପାଟଣା ବିଧାୟକ ଜଗନ୍ନାଥ ନାଏକ ଅତିଥି ଭାବେ ଯୋଗ ଦେଇ ଏକ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ରାସ୍ତା ସାହାରପଡା ଠାରୁ ଭାୟା ବଡବାଲିପଶି ହୋଇ କରଞ୍ଜିଆ ବ୍ଲକର ଚତୁରିସାହି ଯାଏ ନିର୍ମାଣ କରାଯିବ।

କାର୍ଯ୍ୟକ୍ରମରେ ସାହାରପଡା ବ୍ଲକ ଅଧ୍ୟକ୍ଷ ରମ୍ଭାବତୀ ଦେହୁରୀ, ଉପାଧ୍ୟକ୍ଷା କିରଣବାଳା ସିଂହ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ନାଏକ, ବିଜୁ କୃଷକ ଜନତା ଦଳ ଜିଲା ସଭାପତି ଦୀପକ ରାଜଙ୍କ ସହ ବିଜେଡିର ବହୁ କର୍ମକର୍ତ୍ତା ସାମିଲ ଥିବା ବେଳେ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାର ଉପସ୍ଥିତି ଥିଲେ। ଏହା ସହ ସେଠାରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories