www.samajalive.in
Friday, December 12, 2025
16.1 C
Bhubaneswar

ପାଣି ଓ ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ, ସମାଧାନ କରିବ ଓଡିଶା କୁଡୁମି ସେନା

ପାଟଣା: ସାହାରପଡା ବ୍ଲକ ପିଙ୍ଗୁପାଟଣା ଗ୍ରାମର ଲୋକେ ପାଣି ଏବଂ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ତେବେ ସେହି ଗ୍ରାମରେ ଦୀର୍ଘଦିନ ଧରି ପାଣି ସମସ୍ୟା ଲାଗି ରହିଥିବା ବେଳେ ୨ ଟି ନଳକୂପ ଏବଂ ଗୋଟିଏ କୂଅ ଥିବା ବେଳେ ଗୋଟେ ନଳକୂପ ପ୍ରଥମରୁ ସମ୍ପୂର୍ଣ ଅଚଳ ହୋଇ ପଡ଼ିଛି ଏବଂ ଆଉ ଗୋଟେ ନଳକୂପର ଜଳ ଲୌହ ଯୁକ୍ତ ପାଣି ବାହାରୁ ଥିବାରୁ ପାଣି ପିଇବା ପାଇଁ ଉପଯୁକ୍ତ ନୁହଁ, ଗ୍ରାମର ଲୋକେ ଏକ ଦୟନୀୟ ଅବସ୍ଥାରେ ଥିବା କୂଅକୁ ନିର୍ଭର କରିଛନ୍ତି। ସେ କୂଅରେ ପୁଣି ୨ଟି ନନ୍ଦ ନଥିବାରୁ ଯେ କୌଣସି ସମୟରେ ବି ତାହା ଭୁଶୁଡି ଯିବାର ସମ୍ଭାବନା ରହୁଛି।

ତେବେ ଏହି କୂଅକୁ ବର୍ଷା ଦିନରେ ହିଁ ଲୋକେ ନିର୍ଭର କରିଥାନ୍ତି। ଖରା ଦିନେ ସେ କୂଅ ସୁଖୀ ଯାଉଥିବାରୁ ମହିଳା ମାନେ ୨ କିଲୋମିଟର ରୁ ପାଣି ଆଣୁଥିବାର ଗାଁ ଲୋକେ ସାଉନୀ ମାଝୀ, ନିଶାଖର ମୁର୍ମୁ, ବୀରେନ ହେମ୍ବ୍ରମ, କୁଅଁର ମାଝୀ,ଦର୍ଶାଇଛନ୍ତି।ଲୋକେ ପଂଚାୟତ ଏବଂ ବ୍ଲକରେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି ଅଧିକାରୀ ତାଙ୍କ ଦୁଃଖ ବୁଝି ପାରି ନଥିଲେ । ଫଳରେ ଓଡିଶା କୁଡୁମି ସେନା ର ସାହାରା ନେଇଛନ୍ତି। ଓଡିଶା କୁଡୁମି ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, କୋଷାଧ୍ୟକ୍ଷ ତଥା ମିଡ଼ିଆ ସେଲ ପ୍ରମୁଖ ଲମ୍ବୋଦର ମହାନ୍ତ,ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତ, ସାହାରପଡା ବ୍ଲକ ଯୁବ ସଭାପତି ଓମ ପ୍ରକାଶ ମହାନ୍ତ, ସାହାରପଡା ବ୍ଲକ ମିଡ଼ିଆ ସେଲ୍ ଅଧ୍ୟକ୍ଷ ରତିରଞ୍ଜନ ମହାନ୍ତ ଓ ପ୍ରମୋଦ କୁମାର ମହାନ୍ତ ପହଞ୍ଚି ଲୋକଙ୍କ ଅଭିଯୋଗ ବିଷୟରେ ଆଲୋଚନା କରିବା ପରେ ଏହା ଅଧିକାରୀମାନଙ୍କୁ ଭେଟି ଖୁବଶୀଘ୍ର ସମାଧାନ କରାଯିବ ବୋଲି ଗାଁ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି। ତେବେ ଲୋକଙ୍କ ଦୁଃଖ ସମୟରେ ଓଡିଶା କୁଡୁମି ସେନାର ସଦସ୍ୟ ଗାଁରେ ଛିଡା ହୋଇ ଥିବାରୁ ଗ୍ରାମର ଲୋକେ ସଦସ୍ୟ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories