ମୁଖୀଗୁଡା: ଇନ୍ଦ୍ରାବତୀ ପ୍ରକଳ୍ପ ଓ ଓ.ଏଚ୍.ପି.ସି. ର ଇନ୍ଦ୍ରାବତୀ ପାୱାର ପ୍ରୋଜେକ୍ଟ ୱାର୍କର୍ସ ୟୁନିୟନ ୭ଦଫା ଦାବୀରେ ମଙ୍ଗଳବାର ଠାରୁ କଳା ବ୍ୟାଜ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଆସୁଅଛି। ଏ ନେଇ ଆଜି ମୁଖୀଗୁଡା ଜଳ ବିଦ୍ୟୁତ ନିଗମର ଇନ୍ଦ୍ରାବତୀ ପାୱାର ପ୍ରୋଜେକ୍ଟ ୱାର୍କରସ୍ ୟୁନିୟନ ପକ୍ଷରୁ ସଂଘ କାର୍ଯ୍ୟାଲୟ ପରିସରରେ ମନୋଜ କୁମାର ପାଢୀ ଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିରେ ସଂଘ ଦେଇଥିବା ସାତ ଦଫା ଦାବୀ ପତ୍ର ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ହୋଇଥିଲା, ଠିକା ଶ୍ରମିକ ମାନଙ୍କୁ ସ୍ଥାଇ ନିଯୁକ୍ତି, ଠିକ ସମୟରେ କର୍ମଚାରିଙ୍କ ପଦୋନ୍ନତି, ବକେୟା ୫୦% ଅର୍ଥ ପ୍ରଦାନ, କର୍ତ୍ତବ୍ୟରତ ଅଧିକାରୀଙ୍କ ମନମୁଖୀ ଶାସନ ଓ କର୍ମଚାରିଙ୍କ ଆଲାଉନ୍ସ ରିଭିଜନ ପ୍ରଭୃତି ବିଭିନ୍ନ ଦାବି ନେଇ ସଂଘ ତରଫରୁ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଉଚ୍ଚ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ସଂଘର କର୍ମଚାରି ମାନେ କ୍ଷୋଭପ୍ରକାଶ କରିବା ସହ ଏହାର ପ୍ରତିବାଦରେ ସାତ ଦଫା ଦାବୀ ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘର ସମ୍ପାଦକ ଶ୍ରୀବତ୍ସ କୁମାର ବିଶ୍ବାଳ ପ୍ରକାଶ କରିଥିଲେ। ବୈଠକରେ ଗାନ୍ଧୀ କୁମାର ରାଉତ, ବାମଦେବ ଧ, ମାଝୀ, ରାଜେନ୍ଦ୍ର କୁମାର ସାହୁ, ଭଗବାନ ଗନ୍ତାୟତ, ବିମ୍ବାଧର ସାହୁ, ଆନନ୍ଦ ଚନ୍ଦ୍ର ସାହୁ ସମେତ ବହୁ କର୍ମଚାରି ଯୋଗ ଦେଇଥିଲେ ।



