www.samajalive.in
Thursday, December 11, 2025
18.1 C
Bhubaneswar

ଅତିରିକ୍ତ ତହସିଲଦାରଙ୍କ ହାତରେ ଧରାପଡ଼ିଲା ଚୋରା ବାଲି ଓ ମାଟି ବୋଝେଇ ଗାଡ଼ି, ୪୫ହଜାର ଜୋରିମାନା

ରେଙ୍ଗାଲିକେମ୍ପ : .ଚୋରା ବାଲି କାରବାର ଦୀର୍ଘ ଦିନ ଧରି ଅଞ୍ଚଳରେ କାୟା ବିସ୍ତାର କରି ଆସୁଅଛି।ବାଲି ମାଫିଆ ମାନଙ୍କ ମନମୁଖୀ ଦୌରାତ୍ମ୍ୟ ରେ ଅଞ୍ଚଳରେ ନାହିଁ ନଥିବା ଭୟ ଓ ଦୁର୍ଘଟଣା ସୃଷ୍ଟି ହୋଇଛି।କିନ୍ତୁ ଆଜି ଅତାବିରା ଅତିରିକ୍ତ ତହସିଲଦାର ତଥା ଏନ୍ ଏ ସି କାର୍ୟ୍ୟ ନିର୍ବାହୀ ଅଧିକାରୀ  ସୌର୍ୟ୍ୟ ରଞ୍ଜନ ମିଶ୍ର ଏହା ବିରୋଧରେ ତତ୍ପରତା ମୂଳକ ଭାବେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।ଆଜି ବରଗଡ଼ରୁ ଗୋଡ଼ଭଗା ପଟକୁ ଆସୁଥିବା ଏକ ଚିରା ବାଲି ବୋଝେଇ ହାଇୱା ନଂ ଙଜ୧୫ଛ୪୮୩୩ କୁ ସରଣ୍ଡା ପାଖରେ ଚକୁଲିଫାର୍ମ ଠାରେ ଧରି ୩୦ହଜାର ଟଙ୍କା ଜୋରିମାନା କରିବା ସହ ହାଇୱା ଡ୍ରାଇଭର ଲମ୍ବୋଦର ଜେନା ଙ୍କ ନାମରେ କେସ ନଂ ୧୭୧/୨୧ରେ ଏକ କେସ ରୁଜୁ କରିଥିଲେ ।

 

- Advertisement -

ଠିକ୍ ସେମିତି ଟାମ୍ପରସରା ରେ ଏକ ଟ୍ରାକ୍ଟର ମାଲିକ ନିଜ ଟ୍ରାକ୍ଟର ନଂ ଙଊ ୧୫ଊ୭୩୧୮ ରେ ଏକ ସରକାରୀ ଜମିରୁ ମାଟି ହାଣି ଚୋରି କରି ନେଉଥିବା ସମୟରେ ତାକୁ ମଧ୍ୟ ଧରି ୧୫ ହଜାର ଟଙ୍କା ଜୋରିମାନା କରିଥିଲେ। ଉଭୟ ହାଇୱା ଡ୍ରାଇଭର ଓ ଟ୍ରାକ୍ଟର ମାଲିକ ଯଦି ପରବର୍ତ୍ତୀ ସମୟରେ ବିନା କାଗଜ ପତ୍ର ରେ ଏମିତି ଚୋରା ବାଲି ଓ ମାଟି ଚାଲାଣ କରୁଥିବା ଧରାପଡିଲେ ଆଇନ୍ ଅନୁଯାୟୀ କଠୋର ଦଣ୍ଡରେ ଦଣ୍ଡିତ ହେବେ ବୋଲି ଶ୍ରୀ ମିଶ୍ର କହିଥିଲେ।ତେବେ ଉଭୟେ ଏହାକୁ ମାନି ନେବାରୁ ଗାଡ଼ି ଗୁଡ଼ିକୁ ଛାଡିଥିଲେ।ତେବେ ଏହି ଚୋରା ବାଲି ଓ ମାଟି ଗାଡ଼ି ଧରିବା ସମୟରେ ତାଙ୍କ ସାଥିରେ ଚକୁଳି ଆର୍ ଆଇ ସ୍ନୁରୁତ ପଣ୍ଡା ଓ ଟାମ୍ପରସରା ର ଆର୍ ଆଇ ବିଷ୍ଣୁପ୍ରିୟା ଭୋଇ,କର୍ମଚାରୀ ପ୍ରଦୀପ ପ୍ରଧାନ,ଗିରିଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories