www.samajalive.in
Sunday, December 7, 2025
26.1 C
Bhubaneswar

ମରୁଡ଼ି ଘୋଷଣା ଦାବିରେ ବିଜେପିର ଦାବିପତ୍ର ପ୍ରଦାନ

ପାତ୍ରପୁର : ଚିକିଟି ଓ ପାତ୍ରପୁର ଅଞ୍ଚଳରେ ଅନିୟମିତତା ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପି ତରଫରୁ ପାତ୍ରପୁର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଚିକିଟି ନିର୍ବାଚନ ମଣ୍ଡଳୀର ଯୁବ ବିଜେପି ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ନେତୃତ୍ୱରେ ଅଂଚଳର ଶତାଧିକ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ଚାଷୀମାନେ ପାତ୍ରପୁର ତଳ ବାସ ଷ୍ଟାଣ୍ଡରୁ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ଼ ଧରି ବିଭିନ୍ନ ନାରା ଦେଇ ତହସିଲ କାର୍ୟ୍ୟାଳୟରେ ପହଞ୍ଚି ଦାବିପତ୍ର ଦେଇଥିଲେ। ଦାବିରେ ବର୍ତ୍ତମାନ ସୁଦ୍ଧା ଚିକିଟି ନିର୍ବାଚନ ମଣ୍ଡଳୀର ଅଶି ପ୍ରତିଶତ ଚାଷ ଜମି ପାଣି ଅଭାବ ଯୋଗୁଁ ରୁଆ କାର୍ୟ୍ୟ ଆରମ୍ଭ ହୋଇପାରିନି। ସେପଟେ ପୁରିଆସାହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗତ ତିତିଲିରେ ନଷ୍ଟ ହେଇଯାଇଥିଲେ ମଧ୍ୟ ଏଯାଏଁ ତାହାର ପୁନଃନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଯେଉଁଥିପାଇଁ ଆୟକଟ ଜମିକୁ ପାଣି ମିଳୁନାହିଁ।ବହୁଦା ପ୍ରକଳ୍ପର ନିକଟରେ ମେଗା ଉଠାଜଳସେଚନପ୍ରକଳ୍ପ ନିର୍ମାଣ ଯୋଗୁଁ ଯୋଜନାର ଦୁଇ ପାର୍ଶ୍ୱ କେନାଲ ଶୁଖିଲା ପଡିଛି। ଏଣୁ ସରକାର ତୁରନ୍ତ କ୍ଷତି ଆକଳନ କରି ମରୁଡ଼ି ଘୋଷଣା କରି କ୍ଷତି ପୁରୁଣ ଯୋଗାଇ ଦେବାକୁ ଦାବି କରିଥିଲେ। ଦାବିପତ୍ର ପ୍ରଦାନ ବେଳେ କେଶରୀପଡା ସରପଞ୍ଚ ୱାଇ. ମୋହନ ରାଓ, ଜରଡ଼ା ମଣ୍ଡଳ ସଭାପତି ଅଜିତ ପ୍ରଧାନ, ପୂର୍ବତନ ସରପଞ୍ଚ, ଧନୁ ଶବର, ସୁରଙ୍ଗୀ ମଣ୍ଡଳ ସଭାପତି ରଞ୍ଜନ ପ୍ରଧାନ, ଲଳିତା ଶବର, ଜି.ଭାରତୀ, ସରୋଜ ପଣ୍ଡା, ରାକେଶ ରେଡ୍ଡୀ, ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories