www.samajalive.in
Tuesday, December 9, 2025
16.1 C
Bhubaneswar

ସଇଁତଲା ବ୍ଲକକୁ ମରୁଡି ଅଞ୍ଚଳ ଘୋଷଣା ଦାବିରେ କଂଗ୍ରେସର ତହସିଲ କାର୍ଯ୍ୟାଳୟ ଘେରାଉ

ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଲା ବ୍ଲକକୁ ମରୁଡି ଅଞ୍ଚଳ ଘୋଷଣା ଦାବିରେ କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଭୋଇଙ୍କ ନେତୃତ୍ୱରେ ସୋମବାର ସଇଁତଲା ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଚଳିତ ଖରିଫରେ ବ୍ଲକ ଅଞ୍ଚଳରେ ବର୍ଷାହାନି ନେଇ ଅନେକ ଜମିରେ ରୁଆ ବିହୁଡା କାର୍ଯ୍ୟ ଆରମ୍ଭ ହୋଇପାରିନି। ହଜାର ହଜାର ଏକର ଚାଷ ଜମି ପଡିଆ ପଡିଛି। ଋଣ କରି ଚାଷ କାର୍ୟ୍ୟ ଆରମ୍ଭ କରିବା ନେଇ ଋଣ ଗ୍ରସ୍ତ ହୋଇଛନ୍ତି, ହେଲେ ଫସଲ କ୍ଷତି ନେଇ ଚାଷୀ ତଳିତଳାନ୍ତ ହୋଇଛନ୍ତି। ଫସଲ କ୍ଷତି ହେଲେ ବୀମା ସହାୟତା ମିଳୁନି। ଏଭଳି ସ୍ଥଳେ ସରକାର ତୁରନ୍ତ ମରୁଡି ଘୋଷଣା ସହ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉ, ନହଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଦଳ ପକ୍ଷରୁ କିଷାନ ସେଲ ସଭାପତି ଉତ୍ତମ ପଟେଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଘେରାଉ କାର୍ୟ୍ୟକ୍ରମରେ ବ୍ଲକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ଉପସଭାପତି ରଞ୍ଜିତ ସିଂ, ବରିଷ୍ଠ ଚାଷୀ ନେତା ଦୁଃଖିଶ୍ୟାମ ସାହୁ, ଗୋପାଳ ମନହିରା, ସତ୍ୟନାରାୟଣ ପଣ୍ଡା, ମଜଦୂର ସଂଗଠନ ଆଇଏନଟିୟୁସି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁ, ସୁବ୍ରତ ବେହେରା, ଜ୍ୟୋତିରଞ୍ଜନ ମହାନ୍ତି, ସରପଞ୍ଚ ଉମାକାନ୍ତ ରଣା, ସମିତି ସଭ୍ୟ ଧନମତ ନନ୍ଦ, ବୈକୁଣ୍ଠ ମାଝୀ, ଗୋପାଳ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଛନ୍ତି, ଆଇନ ଶୃଙ୍ଖଳା ନେଇ ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories