ନୂଆଦିଲ୍ଲୀ: ଦେଶରେ ଡାକ୍ତରୀ ଅମ୍ଳଜାନର ଆବଶ୍ୟକତା ପୂରଣ ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୭୩୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଅର୍ଥରେ ଦେଶରେ ୧୭୫୫ଟି ଅମ୍ଳଜାନ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ। ମନ୍ତ୍ରଣାଳୟର କହିବା ଅନୁଯାୟୀ ଅଗଷ୍ଟ ଶେଷ ସୁଦ୍ଧା ଏହିସବୁ ଅମ୍ଳଜାନ କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ଏପରି କି ୩୫୦ଟି ଅମ୍ଳଜାନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇସାରିଛି। କରୋନା ମହାମାରୀ ମୁକାବିଲା ନିମନ୍ତେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିବା ୨୩,୦୦୦ କୋଟିର କୋଭିଡ ସହାୟତା ପାଣ୍ଠିରୁ ଏହି ଅର୍ଥ ଦିଆଯାଇଛି। ଏହି କୋଭିଡ୍ ସହାୟତା ପାଣ୍ଠିରେ ଆରଟି-ପିସିଆର କିଟ୍, ଶିଶୁଙ୍କ ପାଇଁ ଆଇସିୟୁ ଶଯ୍ୟା, ଔଷଧ, ଭେଣ୍ଟିଲେଟର, ଅକ୍ସିମିଟର ଆଦି କ୍ରୟ କରାଯିବ।
Popular Categories



