www.samajalive.in
Friday, December 12, 2025
26.1 C
Bhubaneswar

ଚମକିଲା କୋରାପୁଟର ଉତ୍ପାଦ, ବଜାରକୁ ଆସିଲା ପଣସ ଅଟା ଓ କଫି

କୋରାପୁଟ: ଶେଷରେ ଦୀର୍ଘଦିନର ସ୍ବପ୍ନ ସାକାର ହୋଇଛି। ବଜାରକୁ ଆସିଛି କୋରାପୁଟ ପଣସ ଅଟା। କେବଳ ସେତିକି ନୁହେଁ କୋରାପୁଟର ହଳଦୀ ସାବୁନ ପରି ଘିକୁଆଁରି (ଏଲୋଭେରା), କଫି ସାବୁନ ବଜାରରେ ଏବେ ଉପଲବ୍ଧ। ଏହିସବୁ ଉତ୍ପାଦ ଖୁବଶୀଘ୍ର ରାଜ୍ୟ ଓ ରାଜ୍ୟ ବାହାରକୁ ରପ୍ତାନି କରାଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ କେରଳରେ ପଣସ ମଞ୍ଜିରୁ ପ୍ରସ୍ତୁତ ଅଟା ଓ ଚୂର୍ଣ୍ଣ ମଧୁମେହ ରୋଗୀଙ୍କ ପାଇଁ ସଞ୍ଜୀବନୀ ସଦୃଶ କାମ କରୁଥିବା ବିଶେଷଜ୍ଞମାନେ ମତପୋଷଣ କରିବା ନେଇ ଏକ ତଥ୍ୟଭିତ୍ତିକ ଖବର ଜୁନ୍ ୨୦ତାରିଖ ‘ସମାଜ’ରେ ପ୍ରକାଶିତ ହୋଇଥିଲା। ଏହାସହ କେରଳକୁ କୋରାପୁଟ ଅନୁକରଣ କରିବାକୁ ‘ସମାଜ’ ପ୍ରଥମେ ଦୃଷ୍ଟି ଆକର୍ଷଣ କରିଥିଲା। ପଣସ ଅଟାକୁ ନେଇ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଜିଲା ପ୍ରଶାସନ ଓ ରାଜ୍ୟସ୍ତରରେ ଏହାର ପ୍ରସ୍ତୁତି ନେଇ ତତ୍ପରତା ପ୍ରକାଶ ପାଇଥିଲା। ପୂର୍ବରୁ ୩ବର୍ଷ ହେଲା ଓରମାସ ପକ୍ଷରୁ ବିଭିନ୍ନ ଉତ୍ପାଦକ ଗୋଷ୍ଠୀ ଜରିଆରେ ପଣସ ରସରୁ ଚିପ୍ସ ପ୍ରସ୍ତୁତ ହେଉଥିଲା। ଅଟା ପ୍ରସ୍ତୁତି ନେଇ ଚାଷୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।ନାରାୟଣପାଟଣା ବ୍ଲକ ତେନ୍ତୁଳିପଦର ପଞ୍ଚାୟତ ମଝିଆମ୍ବ ଉତ୍ପାଦକ ଗୋଷ୍ଠୀ ପଣସ ମଞ୍ଜିରୁ ଅଟା ପ୍ରସ୍ତୁତ କରିପାରିଛି। ପ୍ରାୟ ୨୦୦କେଜି ମଞ୍ଜି ସଂଗ୍ରହ କରାଯାଇ ସାରିଥିବା ବେଳେ ଏବେ ବି ମଞ୍ଜି ସଂଗ୍ରହ ଚାଲିଛି। ପାଖାପାଖି ୧୦୦ କେଜି ମଞ୍ଜି ଚାରାରୋପଣ ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ନିଆଯାଇଥିବା ସୂଚନା ମିଳିଛି।

- Advertisement -

ଚାହିଦା ଅନୁସାରେ ପ୍ରଥମେ ଗୋଟିଏ କେଜି ଲେଖାଏଁ ଅଟା ଯୋଗାଇ ଦିଆଯାଉଛି। ଏହାର କିଲୋ ପ୍ରତି ଦର ୫୦୦ଟଙ୍କା ଧାର୍ଯ୍ୟ କରାଯାଇଛି। ଆମାଜନରେ ଉପଲବ୍ଧ ପଣସ ଅଟାର ଦାମ ହଜାରେ ଟଙ୍କା ଥିବାବେଳେ ଯଦି ଦୂରବର୍ତ୍ତୀ ସ୍ଥାନରୁ ବରାଦ ଆସେ ତେବେ ପଠାଇବା ପାଇଁ ଅଧିକ ୨୦୦ଟଙ୍କା ଗ୍ରାହକଙ୍କୁ ଦେବାକୁ ପଡ଼ିବ ବୋଲି ଜଣାଯାଇଛି। ପ୍ରଥମଥର ପାଇଁ ମାଲକାନଗିରିକୁ ଏଭଳି ଅଟା ଯୋଗାଣ ହୋଇଛି। ଆନ୍ଧ୍ରର ଗୁଣ୍ଟୁର ପକ୍ଷରୁ ଏଭଳି ଅଟା ଯୋଗାଇବା ପାଇଁ ବରାଦ ଆସିଛି। ଚଳିତବର୍ଷ ପ୍ରାୟ ୨୦୦କେଜି ଅଟା ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରହିଥିବା ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ରୋସନ କାର୍ତ୍ତିକ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ କୋରାପୁଟ ବ୍ଲକରେ ୫୮ହେକ୍ଟର ଜମିରେ ପଣସ ଗଛ ଲଗାଯାଇଛି। ଉଦ୍ୟାନ କୃଷି, ଜଙ୍ଗଲ ବିଭାଗ ଓ ବହୁ ଚାଷୀ ୮୮୮ହେକ୍ଟର ଜମିରେ ପଣସ ଗଛ ଲଗାଇଛନ୍ତି। ଗତ ବର୍ଷ ପ୍ରାୟ ୧୩ହଜାର ୭୬୪ ମେଟ୍ରିକ ଟନ ପଣସ ଉତ୍ପାଦନ ହୋଇଥିଲା।

ସେହିପରି ଲକ୍ଷ୍ମୀପୁର ବ୍ଲକର କନାପାଡ଼ି, ଟିମାଝୋଲା, ଲକ୍ଷ୍ମଣି, ତୋୟାପୁଟ, ପିପଳପଦର ସମେତ ନାରାୟଣପାଟଣା ବ୍ଲକର ମଝିଆମ୍ବ, ମଝିଆମ୍ବ କଲୋନୀରେ କିଛି ଆଦିବାସୀ ଓ ଉତ୍ପାଦକ ଗୋଷ୍ଠୀ ହଳଦୀ ସାବୁନ, ଏବେ କଫି ଓ ଘିକୁଆଁରୀ (ଏଲୋଭେରା) ସାବୁନ ପ୍ରସ୍ତୁତ କରି ବଜାରକୁ ଛାଡ଼ିଛନ୍ତି। ଜିଲା ଖଣିଜ ପାଣ୍ଠି ପକ୍ଷରୁ ଅନୁଦାନରେ କୋକାପାଡ଼ି, ତୋୟାପୁଟ ଓ ଲକ୍ଷ୍ମଣୀରେ ପ୍ରକ୍ରିୟାକରଣ ଶାଖା ଖୋଲାଯିବା ପାଇଁ ଯୋଜନା ହୋଇଥିବା ଜଣାଯାଇଛି। ହଳଦୀ ଓ ଏଲୋଭେରା ସାବୁନ ଖଣ୍ଡ ପ୍ରତି ୫୦ଟଙ୍କାରେ ବିକ୍ରି ହେଉଥିବା ବେଳେ କଫି ସାବୁନ ଗୋଟିକ ୭୫ଟଙ୍କାରେ ବିକ୍ରି କରାଯିବ। ପ୍ରଥମେ କୋରାପୁଟ ବଜାରରେ ସମ୍ପୂର୍ଣ୍ଣ ଉପଲବ୍ଧ ହେବା ପରେ ବାହାର ବଜାରକୁ ଏହି ସାମଗ୍ରୀ ଛଡ଼ାଯିବ ବୋଲି ସୂଚନା ମିଳିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories