www.samajalive.in
Tuesday, December 9, 2025
15.1 C
Bhubaneswar

୧୪ ମାସର ବକେୟା ଦରମା ନ ମିଳିଲେ ଆତ୍ମହୁତି ଦେବୁ ବୋଲି ଧମକ ଦେଲେ ଜିଆରଏସ ଦମ୍ପତି 

ନବରଙ୍ଗପୁର :  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଂଚାୟତ ରେ କାର୍ୟ୍ୟରତ ଜିଆରଏସ ଦିଲୀପ ପାତ୍ର ଓ ତାଙ୍କ ସ୍ତ୍ରୀ ଉଭୟେ ଆଜି ପାପଡାହାଣ୍ଡି ବ୍ଲକ କାର୍ୟ୍ୟାଳୟ ରେ ପହଂଚି ତାଙ୍କର ବକେୟା ୧୪ ମାସର ଦରମା ପ୍ରଦାନ ଦାବି କରି କାର୍ୟ୍ୟାଳୟ ଫାଟକ ସାମନାରେ ଧାରଣା ଦେବାସହ ଦରମା ନ ଦେଲେ ଆତ୍ମହୁତି ଦେବାର ଧମକ ଦେଇଛନ୍ତି  । ଏଭଳି ଘଟଣା ଦେଖିବାକୁ ମିଳିଛି ପାପଡାହାଣ୍ଡିରେ ।
ସୂଚନା ମୁତାବକ ଖୁଟୁବାଇ ପଂଚାୟତର ଜିଆରଏସ ଦିଲୀପ ପାତ୍ରଙ୍କ ଅଭିଯୋଗ ଅନୁଯାଇ ସେ ୧୪ ମାସର ଦରମା ପାଇଁ ବିଡ଼ିଓଙ୍କ ନିକଟରେ ବାରମ୍ବାର କହିବା ସତ୍ୱେ ତାଙ୍କ କଥା ଶୁଣୁନଥିବା ଯୋଗୁଁ ଅଭାବ ଅନାଟନ ରେ ପରିବାର ଚଳାଉଛନ୍ତି ବୋଲି  ଅଭିଯୋଗ କରିଛନ୍ତି । ଚାକିରୀ କରି ଯଦି ଦରମା ନ ମିଳିଲେ ଆମେ କେମିତି ଚଳିବୁ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି ।
ଆଜି ୧୧ ଟାରେ ବିଡ଼ିଓ କାର୍ୟ୍ୟାଳୟରେ ଥିବା ସମୟରେ ଜିଆରଏସ ଏବଂ ତାଙ୍କ ପତ୍ନୀ ପହଂଚି କାର୍ୟ୍ୟାଳୟ ଫାଟକ ସାମନାରେ ଧାରଣା ଦେବା ସହ ଦରମା ନ ମିଳିଲେ ଆତ୍ମହୁତି ଦେବାର ଧମକ ଦେଇଛନ୍ତି । ଏନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଂଜିତା ମଲିକଙ୍କୁ ପଚାରି ବୁଝିବାରୁ ତାଙ୍କର ୯ ମାସର ଦରମା ହୋଇଯାଇଥିବାବେଳେ ଟଙ୍କା ଆସିଲେ ସେ ତାଙ୍କ ପ୍ରାପ୍ୟ ପାଇବେ ବୋଲି କହିବା ସହ ଦିଲୀପ ଆଜକୁ ୩ମାସରୁ ଉର୍ଦ୍ଧ ହେବ ଜିଆରଏସ କାର୍ୟ୍ୟରେ ଯୋଗ ନ ଦେଇ ଫେରାର ଥିଲେ ଫୋନ କଲେ  ନ ଉଠାଇନା ଯୋଗୁଁ ବିଡ଼ିଓ ଦୁଇ ଦୁଇ ଥର ଉକ୍ତ ଜିଆରଏସ ବିରୁଦ୍ଧରେ ପାପଡାହାଣ୍ଡି ଥାନାରେ ଏତଲା ଦେବାପରେ ଜିଆରଏସଙ୍କୁ ପୁଲିସ ଖୋଜି ବାହାର କରିଛନ୍ତି । ୧୪ ମାସର ଦରମା ମଧ୍ୟରୁ ୩ମାସ ସେ କାର୍ୟ୍ୟରେ ଯୋଗ ଦେଇନଥିବା ବେଳେ ବଳକା ୯ମାସର ଦରମା ବିଲ ହୋଇଅଛି ଟଙ୍କା ଆସିଲେ ଦିଆଯିବ, ୩ମାସର ଦରମାକୁ ରଦ୍ଧ କରାଯାଇଛି ବୋଲି କହିଛନ୍ତି ।ଏବଂ ସେ କାର୍ୟ୍ୟରେ ସହଯୋଗ କରୁନଥିବା କହି ଜିଲ୍ଲାପାଳଙ୍କୁ ଅବଗତ କରାଇଥିବା କହିଛନ୍ତି । ବକେୟା ଦରମା ପାଇବା ଜିଦରେ ଅଟଳ ଜିଆରଏସଙ୍କ ପତ୍ନୀ ବ୍ଲକ ଗେଟ ସମ୍ମୁଖରେ ବିଡ଼ିଓ ଆସିବା ବାଟକୁ ଜଗି ରହିଛନ୍ତି, ଅପରାହ୍ନ ୪ଟା ସୁଦ୍ଧା ବିଡ଼ିଓଙ୍କ ଅପେକ୍ଷାରେ  ଜିଆରଏସଙ୍କ ପରିବାର ଧାରଣାରେ ବସି ରହିଛନ୍ତି  ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories