www.samajalive.in
Monday, December 8, 2025
24.1 C
Bhubaneswar

ଦେଶର ବିକାଶରେ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ଉଦ୍ୟୋଗ ମହାସଂଘ ବା କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ)ର ବାର୍ଷିକ ସମାରୋହକୁ ସମ୍ବୋଧିତ କରି କହିଛନ୍ତି ଯେ ଦେଶର ବିକାଶରେ ଉଦ୍ୟୋଗ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଉଦ୍ୟୋଗ ଏବଂ ସେମାନଙ୍କ ସଂଗଠନର ଉଦ୍ୟମ ଯୋଗୁଁ ଅର୍ଥନୀତି ପୁଣି ଗତିଶୀଳ ହୋଇଛି ।

ଏହି ବାର୍ଷିକ ବୈଠକର ବିଷୟବସ୍ତୁ ହେଉଛି ‘ଭାରତର ୭୫ ବର୍ଷ’। ଏହି ବୈଠକରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ, ଉପସ୍ଥିତ ଥିବା ଶିଳ୍ପପତି ଏବଂ ଶିଳ୍ପ ସଙ୍ଗଠନର ପ୍ରତିନିଧିଙ୍କୁ କହିଛନ୍ତି ଯେ ଆପଣମାନଙ୍କ ସମସ୍ତଙ୍କ ଉଦ୍ୟମ ଯୋଗୁଁ ଦେଶର ଅର୍ଥନୀତି ପୁଣି ଗତିଶୀଳ ହେବାରେ ଲାଗିଛି ।

- Advertisement -

ବିପଦକୁ ସାମ୍ନା କରିବାକୁ ସରକାର ପ୍ରସ୍ତୁତ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଦେଶରେ ଏପରି ଏକ ସରକାର ଅଛି ଯାହା ଦେଶର ସ୍ୱାର୍ଥକୁ ନେଇ ସବୁଠୁ ବଡ ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି । ଜିଏସଟି ଏତେ ବର୍ଷ ଧରି ଅଟକି ରହିଥିଲା ​​କାରଣ ପୂର୍ବ ସରକାରରେ ଥିବା ଲୋକମାନେ ରାଜନୈତିକ ଆହ୍ବାନର ମୁକାବିଲା କରିବାକୁ ସାହସ ଜୁଟାଇ ପାରିନଥିଲେ। ଆମେ କେବଳ ଜିଏସଟି ଲାଗୁ କରିନାହୁଁ ବରଂ ଆଜି ଆମେ ରେକର୍ଡ ଜିଏସଟି ସଂଗ୍ରହ ହେଉଥିବା ଦେଖିପାରୁଛୁ । ଗୋଟିଏ ସମୟ ଥିଲା ଯେତେବେଳେ ଆମେ ଭାବୁଥିଲୁ ଯେ ଯାହା ବିଦେଶୀ ଜିନି​‌ଷ​‌ ତାହା ବହୁତ ଭଲ। ଏହି ମାନସିକତାର ଫଳାଫଳ କ’ଣ, ତାହା ଆପଣମାନଙ୍କ ଭଳି ବିଶିଷ୍ଟ ଉଦ୍ୟୋଗୀ ମାନେ ବହୁତ ଭଲ ଭାବେ ଜାଣନ୍ତି। ଏପରିକି ଆମର ନିଜସ୍ୱ ବ୍ରାଣ୍ଡ, ଯାହାକୁ ଆମେ ବହୁ ବର୍ଷର ପରିଶ୍ରମ ପରେ ନିର୍ମାଣ କରିଥିଲୁ, ବିଦେଶୀ ନାମରେ ତାକୁ ପ୍ରୋତ୍ସାହିତ କରାଯାଇଥିଲା।

ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ଉପରେ ଆତ୍ମବିଶ୍ୱାସ ବୃଦ୍ଧି

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି । ଆଜି ଲୋକମାନଙ୍କର ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ଉପରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଏହା ଜରୁରୀ ନୁହେଁ ଯେ ତାହା ଏକ ଭାରତୀୟ କମ୍ପାନୀ ହୋଇଥାଉ, କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଭାରତୀୟ ସେହି ଉତ୍ପାଦଗୁଡ଼ିକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ଯାହା ଭାରତରେ ନିର୍ମିତ।

କୃଷକମାନଙ୍କୁ ଘରୋଇ ଏବଂ ବିଶ୍ୱ ବଜାର ସହିତ ଯୋଡା ଯାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ କୃଷି କ୍ଷେତ୍ରକୁ କେବଳ ଜୀବିକାର ମାଧ୍ୟମ ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଭାରତୀୟ କୃଷକମାନଙ୍କୁ ଘରୋଇ ତଥା ବିଦେଶ ବଜାର ସହ ଯୋଡିବା ପାଇଁ ଉଦ୍ୟମ ଚାଲିଛି । ତେଣୁ କୃଷି କ୍ଷେତ୍ରରେ ଏହି ଐତିହାସିକ ସଂସ୍କାର ଅଣାଯାଇଛି।

ନୂଆ ଭାରତ, ନୂତନ ବିଶ୍ୱ ସହିତ ଆଗକୁ ବଢିବାକୁ ପ୍ରତିଶ୍ରୁତିବଦ୍ଧ

ଦେଶର ଶିଳ୍ପ କ୍ଷେତ୍ରର ଏହି ବୃହତ ସଂଗଠନର ବାର୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଭାରତ, ନୂତନ ବିଶ୍ବ ସହିତ ଆଗକୁ ବଢିବାକୁ ପ୍ରତିଶ୍ରୁତିବଦ୍ଧ। ଗୋଟିଏ ସମୟ ଥିଲା ଯେତେବେଳେ ଭାରତ ବିଦେଶୀ ପୁଞ୍ଜି  ବିନିଯୋଗକୁ ଭୟ କରୁଥିଲା, ଆଜି ଏହା ଯେକୌଣସି ପ୍ରକାର ନିବେଶକୁ ଗ୍ରହଣ କରିବାକୁ ପ୍ରସ୍ତୁତ। ବ୍ୟବସାୟ ସୁଗମତା ର଼୍ୟାଙ୍କିଙ୍ଗରେ ଆଜି ଭାରତ ଏକ ବଡ଼ ଲମ୍ଫ ପ୍ରଦାନ କରିସାରିଛି ।

ଦେଶକୁ ରେକର୍ଡ ପରିମାଣର ଏଫଡିଆଇ ଆସୁଛି

ଆଜି ଭାରତ ରେକର୍ଡ ପରିମାଣର ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ) ଗ୍ରହଣ କରୁଛି। ସରକାରଙ୍କ ଉଦ୍ୟମ ଯୋଗୁଁ ଏଫଡିଆଇ ମଧ୍ୟ ନୂଆ ରେକର୍ଡ ସ୍ଥାପନ କରୁଛନ୍ତି । ଆଜି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ସର୍ବୋଚ୍ଚ ସ୍ତରରେ ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଅନୁଯାୟୀ ଆମର ନୀତି ପ୍ରସ୍ତୁତ ହେବା ଉଚିତ୍ । ଏହା ଉଦ୍ୟୋଗ ଏବଂ ଦେଶ ଆଗକୁ ବଢିବାରେ ସାହାଯ୍ୟ କରିବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories