www.samajalive.in
Saturday, December 6, 2025
23.1 C
Bhubaneswar

ଉତ୍ତର ପ୍ରଦେଶରେ କୁଖ୍ୟାତ ଅପରାଧୀଙ୍କ ୧୮୪୯ କୋଟି ଟଙ୍କାର ସଂପତ୍ତି ବାଜ୍ୟାପ୍ତ

ପ୍ରୟାଗରାଜ: ଉତ୍ତର ପ୍ରଦେଶ ପୁଲିସ ରାଜ୍ୟରେ ଗତ ଚାରିବର୍ଷ ମଧ୍ୟରେ ୪୩,୨୯୪ ଜଣ କୁଖ୍ୟାତ ଅପରାଧୀଙ୍କର ୧୮୪୮ କୋଟି ଟଙ୍କାର ସଂପତ୍ତି ବାଜ୍ୟାପ୍ତ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଗୁଣ୍ଡାଗିରି ନିରୋଧ ଆଇନ ବଳରେ ମାମଲା ରୁଜ୍ଜୁ କରିଛି। ଏଥିସହିତ ୨୦୧୭ ମାର୍ଚ୍ଚ ୨୦ରୁ ୨୦୨୧ ଜୁନ ୨୦ ମଧ୍ୟରେ ପୁଲିସ-ଅପରାଧୀ ଗୁଳି ବିନିମୟରେ ୧୩୯ ଜଣ ଅପରାଧୀ ନିହତ ହୋଇଛନ୍ତି।

ଏ ସମ୍ପର୍କରେ ପ୍ରକାଶ କରି ରାଜ୍ୟ ଆଇନ ଶୃଙ୍ଖଳା ବିଭାଗ ଏଡିଜି ପ୍ରଶାନ୍ତ କୁମାର ସାମ୍ବାଦିକମାନଙ୍କୁ କହିଛନ୍ତି, କେବଳ ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ମୁଖତାର ଆନସାରି ଗୋଷ୍ଠୀର ୨୪୮ ଜଣ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ବିଭିନ୍ନ ଜିଲାରେ ଥିବା ୨୨୨ କୋଟି ଟଙ୍କାର ସଂପତ୍ତି ବାଜ୍ୟାପ୍ତ କରାଯାଇଛି। ପୁଲିସ ଏହି ଗୋଷ୍ଠୀର ୧୬୦ ଜଣ ସଦସ୍ୟଙ୍କୁ ଗିରଫ କରିବା ସହିତ ଅନ୍ୟ ୧୨୧ ଜଣଙ୍କ ବିରୁଦ୍ଧରେ ଏତଲା ଦାଏର କରାଯାଇଛି। ଏହାବ୍ୟତୀତ ୧୬୩ ଜଣ ଅପରାଧୀଙ୍କର ଅସ୍ତ୍ରଶସ୍ତ୍ର ଲାଇସେନ୍ସ ବାତିଲ କରାଯାଇଛି ଏବଂ ଅନ୍ୟ ୧୧୦ ଜଣଙ୍କ ବିରୁଦ୍ଧରେ ଗୁଣ୍ଡାଗିରି ନିରୋଧ ଆଇନ ବଳରେ ମାମଲା ରୁଜ୍ଜୁ ହୋଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅନ୍ୟ ଅପରାଧୀଙ୍କ ମଧ୍ୟରେ ଆତିକ ଅହମଦ ଅନ୍ତର୍ଭୁକ୍ତ, ଯିଏ ସଂପ୍ରତି ସାବରମତୀ କାରଗାରରେ ବନ୍ଦୀ ଅଛନ୍ତି। ତାଙ୍କ ଗୋଷ୍ଠୀର ଅନ୍ୟ ୬୫ ଜଣ ସଦସ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ସେମାନଙ୍କର ୩୫୦ କୋଟି ଟଙ୍କାର ସଂପତ୍ତି ବାଜ୍ୟାପ୍ତ କରାଯାଇଛି। ସୁନ୍ଦର ଭାରତୀଙ୍କ ୯ଜଣ ସହଯୋଗୀଙ୍କର ୬୩ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ସେହିଭଳି କୁନ୍ତୁ ସିଂହଙ୍କ ୨୪ ସହଯୋଗୀଙ୍କର ୧୯ କୋଟି ଟଙ୍କା ସଂପତ୍ତି ବାଜ୍ୟାପ୍ତ କରାଯାଇଛି। ରାଜ୍ୟରେ ଆଉ ୫୪୯ ଜଣ ଅପରାଧୀଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ ୨୨୧ଟି ଏତଲା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨୫୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୭ ଜଣଙ୍କ ବିରୁଦ୍ଧରେ ଜାତୀୟ ନିରାପତ୍ତା ଆଇନ ଲାଗୁ କରାଯାଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories