www.samajalive.in
Saturday, December 13, 2025
14.1 C
Bhubaneswar

୧୭ ଯାଏ ଘୁଞ୍ଚିଲା ବି.ଟେକ୍ ପଞ୍ଜୀକରଣ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦ୍ବାରା ପରିଚାଳିତ ବି.ଟେକ୍‌ ପ୍ରବେଶିକା ପରୀକ୍ଷା ପଞ୍ଜୀକରଣ ଅବଧିକୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ମଙ୍ଗଳବାର ଓଜେଇଇ ପକ୍ଷରୁବିଜ୍ଞପ୍ତି ପ୍ରକାଶ ପାଇଛି। ପଞ୍ଜୀକରଣ ଶେଷ ତାରିଖ ଅଗଷ୍ଟ ୧୦ ଥିଲା। ପଞ୍ଜୀକରଣ ସମୟ ସୀମା ୧୭ ତାରିଖ ରାତି ୧୧.୫୯ ମିନିଟ ଥିବାବେଳେ ଦେୟ ଦାଖଲ ଅବଧି ୧୮ ତାରିଖ ରାତି ୧୧.୫୯ ମିନିଟ ରହିଛି। ଓଜେଇଇ ୱେବସାଇଟ୍‌ (www.ojee.nic.in)କୁ ଲଗଇନ କରି ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ। ଯେଉଁ ବିଦ୍ୟାର୍ଥୀ ପୂର୍ବରୁ ପଞ୍ଜୀକରଣ କରିସାରିଛନ୍ତି ଏହି ଅବଧି ମଧ୍ୟରେ ସେମାନେ ଚାହିଁଲେ ପରୀକ୍ଷା କେନ୍ଦ୍ର, ସହର ପରିବର୍ତ୍ତନ କରିପାରିବେ। ପରବର୍ତ୍ତୀ ସମୟରେ ଆଉ ଅବଧି ବୃଦ୍ଧି କରାଯିବା ସମ୍ଭାବନା ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories