www.samajalive.in
Saturday, December 13, 2025
21.1 C
Bhubaneswar

ଦୁଷ୍କର୍ମର ଶିକାର ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ

କଲମପୁର: ଘରେ କେହି ନଥିବା ବେଳେ ଜନୈକା ଯୁବତୀ ନିଜ ଘର ଛାତରେ ଲାଗିଥିବା ଏକ କାଠରେ ନିଜର ଏକ ପିନ୍ଧା ଶାଢିରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।
ପ୍ରାପ୍ତ ସୁଚନା ଅନୁସାରେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଗୋଦ୍ରାମସ୍କାର ଅବିବାହିତା ଯୁବତୀ କଳାବତୀ ନାଏକ ଗତ ତିନି ମାସ ତଳେ ଜୟପାଟଣା ବ୍ଲକରେ କାର୍ଯ୍ୟରତ ତଥା ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଡୁମେରପଦର ଗ୍ରାମର ଜନୈକ ବ୍ୟକ୍ତି ନିରାକାର ନାଏକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଇଥିଲେ। ଏନେଇ ଜୟପାଟଣା ଥାନାରେ ଏକ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ନିରାକାର ଜେଲ ଯାଇଥିଲେ। ଗତ କିଛି ଦିନ ତଳେ ନିରାକାର ବେଲ ପାଇ ଘରକୁ ଫେରିଥିଲା। ନିରାକାର ଘରକୁ ଫେରିବା ପରେ କଳାବତୀ ନିରାକାର ପାଖକୁ ଯାଇ ସ୍ତ୍ରୀର ମାନ୍ୟତା ମାଗିଥିଲା। ସ୍ତ୍ରୀର ମାନ୍ୟତା ନଦେଲେ ସେ ଆତ୍ମହତ୍ୟା କରିବ ବୋଲି କହିଥିଲା।

 

- Advertisement -

ତାର ଆତ୍ମହତ୍ୟା ପାଇଁ ନିରାକାର ଦାୟୀ ରହିବ ବୋଲି ନିଜ ପରିବାର ଲକୋଙ୍କ ସମେତ ନିରାକାରକୁ କହିଥିବା ନେଇ କଳାବତୀର ପୁତୁରା ଘନଶ୍ୟାମ ନାଏକ ପୁଲିସକୁ ସୂଚନା ଦେଇଛି। ସୋମବାର ଦିନ ପ୍ରାୟ ୧୧ ଟା ବେଳେ ଘନଶ୍ୟାମ ଓ ତାର ପତ୍ନୀ କୌଣସି କାମରେ ବାହାରକୁ ଯାଇ ପ୍ରାୟ ଘଣ୍ଟାକ ପରେ ଫେରିବା ବେଳକୁ କଳାବତୀ ବେକରେ ଏକ ହଳଦିଆ ରଙ୍ଗର ଶାଢୀରେ ଫାଶି ଦେଇ ଝୁଲି ରହିଥିଲା। ତୁରନ୍ତ ଘନଶ୍ୟାମ କବାଟ ଭାଙ୍ଗି ଘରକୁ ପଶି ଉଦ୍ଧାର କଲା ବେଳକୁ ତାର ମୃତ୍ୟୁ ହେଇ ସାରିଥିବା ନେଇ ପୁଲିସକୁ ଦେଇଥିବା ନିଜ ଅଭିଯୋଗରେ ଘନଶ୍ୟାମ ଦର୍ଶାଇଛନ୍ତି।
ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଗୋବିନ୍ଦ ମାଝୀ ସୂଚନା ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories