www.samajalive.in
Friday, December 12, 2025
16.1 C
Bhubaneswar

ବରିଷ୍ଠ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ

ମୁମ୍ବଇ: ବରିଷ୍ଠ ଅଭିନେତା ଅନୁପମ ଶ୍ୟାମଙ୍କର ସୋମବାର ପରଲୋକ ଘଟିଛି। ୬୩ ବର୍ଷୀୟ ଅନୁପମଙ୍କୁ କିଡ୍‌ନୀ ସଂକ୍ରମଣ ଯୋଗୁ ଗତ ସପ୍ତାହରେ ମୁମ୍ବଇ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଏକାଧିକ ଅଙ୍ଗ ଅକାମୀ ହେବା କାରଣରୁ ଆଜି ​‌ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଅନୁପମଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଦୁଇ ଭାଇ ଅନୁରାଗ ଓ କାଞ୍ଚନ ଉପସ୍ଥିତ ଥିଲେ।

ଧାରାବାହିକ ‘ମନ୍ କି ଆୱାଜ ପ୍ରତିଜ୍ଞା’ ମାଧ୍ୟମରେ ସେ ଘରେ ଘରେ ପରିଚିତ ହୋଇଥିଲେ। ୨୦୦୯ରୁ ଏହାର ପ୍ରସାରଣ ଆରମ୍ଭ ହୋଇଥିଲା। ଏଥିରେ ସେ ଠାକୁର ସଜ୍ଜନ ସିଂହ ଚରିତ୍ରରେ ଅଭିନୟ କରିଥିଲେ। ସେହିପରି ‘ଡୋଲି ଅର୍‌ମାନୋ କି’ ଓ ‘କ୍ରିଷ୍ଣା ଚଲି ଲଣ୍ଡନ’ ଭଳି ଅନେକ ଧାରାବାହିକରେ ମଧ୍ୟ ସେ ଅଭିନୟ କରିଥିଲେ।

- Advertisement -

ଏହାବ୍ୟତୀତ ତିନି ଦଶନ୍ଧିର ଲମ୍ବା କ୍ୟାରିୟରରେ ଅନୁପମ ‘ସ୍ଲମଡଗ୍ ମିଲିଓନାରୀ’, ‘ବ୍ୟାଣ୍ଡିଡ୍ କୁଇନ୍’, ‘ସତ୍ୟା’, ‘ଦିଲ୍ ସେ’, ‘ହଲ୍ଲା ବୋଲ୍’, ‘ହଜାରୋଁ ଖ୍ୱାଇଶେଁ ଐଶି’, ‘ରକ୍ତ ଚକ୍ର’, ‘କଚ୍ଚେ ଧାଗେ’ ଭଳି ୪୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories