www.samajalive.in
Saturday, December 6, 2025
19.1 C
Bhubaneswar

ଅଲିମ୍ପିକ ପଦକ ବିଜେତାଙ୍କୁ ଅଭିନନ୍ଦନ

ରେଙ୍ଗାଲି :  ଟୋକିଓ ଅଲିମ୍ପିକ ପ୍ରତିଯୋଗିତାରେ ଦେଶ ପକ୍ଷରୁ ବିଭିନ୍ନ କ୍ରିଡା ରେ ଅଂଶ ଗ୍ରହଣ କରି ସ୍ୱର୍ଣ,ରୌପ୍ୟ ଏବଂ କାଂସ୍ୟ ପଦକ ସମସ୍ତ ବିଜେତା ଖେଳାଳି ମାନଙ୍କୁ ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରଯାଇଛି । ପରିଷଦର ସଭାପତି ବସନ୍ତକୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଲିମ୍ପିକ  ପଦକ ବିଜେତା ସମସ୍ତ କ୍ରିଡାବିତ୍ ଦେଶବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ପରିଷଦ ର ଉପ-ସଭାପତି ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ, ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି, ସମାଜସେବୀ ଶଶିଭୂଷଣ ସାହୁ,ଆଇନଜୀବି,ବୃନ୍ଦାବନ ସାହୁ,ଉଦୟଚନ୍ଦ୍ର ସାହୁ, ଅବସରପ୍ରାପ୍ତ ବିଆରସିସି ବିନୋଦବିହାରୀ ନନ୍ଦ,ସୁବନଚାନ୍ଦ ସାହୁ,କିଶୋରଚନ୍ଦ୍ର ସାହୁ,ପୀତାବାସ ତଣ୍ଡକାର,ବେଣୁଧାର ମେହେର,ସାଲେଗ୍ରାମ ସାହୁ,ବିହାରୀ କୁମୁରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅଲିମ୍ପିକ  ପଦକ ବିଜେତାଙ୍କ ପାଇଁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories